୧୯ରୁ ଶିଶୁପାଳଗଡ଼ ମହୋତ୍ସବ

Advertisment
୧୯ରୁ ଶିଶୁପାଳଗଡ଼ ମହୋତ୍ସବ

ଭୁବନେଶ୍ୱର: ପ୍ରାଚୀନ ଶିଶୁପାଳଗଡ଼ ଦୁର୍ଗର ଐତିହ୍ୟକୁ ଜନ ମାନସରେ ଉଜ୍ଜୀବୀତ କରିବା ଉଦ୍ଦେଶ୍ୟ ନେଇ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ‘ଶିଶୁପାଳଗଡ଼ ମହୋତ୍ସବ’। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଶିଶିପାଳଗଡ଼ ଦଶହରା ପଡ଼ିଆରେ ତିନିଦିନ ବ୍ୟାପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶୀ ନୃତ୍ୟ, ଗୋଟିପୁଅ, ଫ୍ୟୁଜନ ମାଲଖମ୍ବ କଳାରେ ପାଇକ ବିଦ୍ରୋହର ଅବତାରଣା, ସାହିଯାତ, ପାଇକ ଆଖଡ଼ା ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହିତ ମୁମ୍ବାଇର ସାରିକା ସିଂହ, ଋତୁ ପାଠକ, ଶବାବ ସବରି, ହେମନ୍ତ ବ୍ରିଜ୍‌ଓ୍ଵାସିକ୍‌, ଓଡ଼ିଆ କଣ୍ଠଶିଳ୍ପୀ ସତ୍ୟଜିତ ଜେନାଙ୍କ ସମେତ ଟି ସୌରୀ, ବର୍ଣ୍ଣାଳୀ ହୋତା, ଚେଲ୍‌ସି ପ୍ରମୁଖ ସଂଗୀତ ପରିବେଷଣ କରିବେ। ଚଳିତ ବର୍ଷ ସ୍ତମ୍ଭକାର ଡ.ହରିହର କାନୁନ୍‌ଗୋଙ୍କୁ ‘ଶିଶୁପାଳଗଡ଼ ସମ୍ମାନ-୨୦୧୮’ରେ ସମ୍ବର୍ଧିତ କରାଯିବ। ‘ଶିଶୁପାଳଗଡ଼ the lost city’ ଲୋକାର୍ପିତ ହେବ। ଏହି ଅବସରରେ ମହୋତ୍ସବର ଏକ ତୈଳଚିତ୍ର ଉନ୍ମୋଚିତ ହୋଇଛି। କାପୋକ୍‌ ପକ୍ଷରୁ ଓଡ଼ିଶା ପ୍ରେସ୍‌ କ୍ଲବ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସମ୍ପାଦକ ଚିତ୍ତରଂଜନ ମହାନ୍ତି, କବି ହୁସେନ ରବି ଗାନ୍ଧୀ, ରଶ୍ମିତା ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe