ଶିଶୁପାଳଗଡ଼ ତାଡ଼ିବା ଘଟଣା: ତାରବାଡ଼ ଘେରାଇବ ଏଏସ୍ଆଇ

Advertisment
ଶିଶୁପାଳଗଡ଼ ତାଡ଼ିବା ଘଟଣା: ତାରବାଡ଼ ଘେରାଇବ ଏଏସ୍ଆଇ

representational immage - Times of India

ଭୁବନେଶ୍ବର: ଐତିହ୍ୟସ୍ଥଳ ଶିଶୁପାଳଗଡ଼କୁ ଜବରଦଖଲ କରି ରାତିଅଧିଆ ତାଡ଼ିଦେବା ଘଟଣାରେ ଭୁବନେଶ୍ବର ତହସିଲଦାର ସରଜମିନ ତଦନ୍ତ କରିଛନ୍ତି। ତହସିଲଦାର ପ୍ରଦୀପ କୁମାର ସାହୁ ଘଟଣାସ୍ଥଳରେ ସମୀକ୍ଷା କରିବା ସହ ଗଡ଼କୁ ସୁରକ୍ଷିତ ରଖିବାକୁ ତଡ଼ାଯାଇଥିବା ସ୍ଥାନରେ ଲୁହାତାର ବାଡ଼ ବାନ୍ଧିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗଡ଼ ନିକଟ ସବୁ ରାସ୍ତାରେ ଯେମିତି ଭାରୀଯାନ ଚଳାଚଳ କରିପାରିବ ନାହିଁ, ସେଥିପାଇଁ ସବୁ ପ୍ରବେଶ ପଥରେ ବ୍ୟାରିକେଡ୍‌ ବାନ୍ଧିବାକୁ ତହସିଲଦାର ଶ୍ରୀ ସାହୁ ଏଏସ୍ଆଇକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅଧିକ ଏଏସ୍ଆଇ କର୍ମଚାରୀ ନିଯୁକ୍ତି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଏସ୍ଆଇ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାରିକେଡ୍‌ କରାଯିବ ବୋଲି ସୂଚନା ମିଳିଛି।

ଏଣେ ଐତିହ୍ୟ ଗଡ଼ ତାଡ଼ିବା ଘଟଣାରେ ଧଉଳି ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଆଜି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଡିସିପି ପ୍ରତୀକ ସିଂଙ୍କୁ ଅଭିଯୋଗ କରାଯାଇଛି। ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ଆଜି ସ୍ଥାନୀୟ ଲୋକେ ଡିସିପି ଶ୍ରୀ ସିଂଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ଅତିରିକ୍ତ ଡିସିପି ତଦନ୍ତ କରିବେ ବୋଲି ଡିସିପି ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe