ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ : କମ୍ପିଲା ମୁକ୍ତାକାଶ ମଞ୍ଚ

Advertisment
ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ : କମ୍ପିଲା ମୁକ୍ତାକାଶ ମଞ୍ଚ

ପୁରୁଣା ଭୁବନେଶ୍ୱର : ଶିଶୁପାଳଗଡ଼ର ଐତିହ୍ୟର ପୁନରୁଦ୍ଧାର ଓ ଏହାର ସୁରକ୍ଷା ସଂପର୍କରେ ସରକାର ଓ ସାଧାରଣ ଜନତାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଶିଶୁପାଳଗଡ଼ ମହୋତ୍ସବ। ଆଜି ସଂଧ୍ୟାରେ ରଙ୍ଗିନ ଆଲୋକମାଳାରେ ଝଲମଲ ମୁକ୍ତାକାଶ ମଞ୍ଚରେ ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ମା ଗଡ଼ଚଣ୍ଡୀଙ୍କ ଆରାଧନା ସହ ଏହି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି।

ପରେ ପରେ ଆମେରିକାରୁ ଆସିଥିବା ଗୁରୁ ଜ୍ୟୋତି ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ନୃତ୍ୟାଙ୍ଗନାମାନଙ୍କ ଅଙ୍ଗଭଙ୍ଗୀ ଆସରକୁ କରିଥିଲା ନୃତ୍ୟମୟ। ସେହିପରି କଣ୍ଠଶିଳ୍ପୀ ଟି ସୌରୀ, ସୁଶାନ୍ତ ପଣ୍ଡା ଓ ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ସିଂଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । ସାରିକାଙ୍କ କଣ୍ଠରୁ ଗୀତ ଶୁଣିବାକୁ ଦର୍ଶକ ମହଲରେ ସୃଷ୍ଟି ହୋଇଥିଲା ଉନ୍ମାଦନା। ସେହିପରି ପୁରୀର ଫେଟ୍‌ ଫାଇଟର୍‌ ଗ୍ରୁପ୍‌ ମାଲଖମ୍ବ, ଆର୍ଯ୍ୟନ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ର ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ମନୋରଂଜନର ଖୋରକ ଯୋଗାଇଥିଲା ।

publive-imageକଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ତରଫରୁ ଆୟୋଜିତ ଏହି ମହୋତ୍ସବରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ସଂଗ୍ରାମ କେଶରୀ ପାଇକରାୟ। ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ହୁସେନ ରବି ଗାନ୍ଧି, ସ୍ଥାନୀୟ ସମିତି ସଭ୍ୟ ରଶ୍ମିତା ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ କଳିଙ୍ଗର ବୀରତ୍ଵ ଓ ସ୍ୱର୍ଣ୍ଣିିମ ଇତିହାସ ସମ୍ପର୍କରେ କହିଥିଲେ। ଅତିଥିମାନେ ‘ଶିଶୁପାଳଗଡ଼, ଦ ଲଷ୍ଟ ସିଟି’ ନାମକ ସ୍ମରଣିକା ଉନ୍ମୋଚନ କରିବା ସହ ସ୍ତମ୍ଭକାର ଡ. ହରିହର କାନୁନ୍‌ଗୋଙ୍କୁ ଶିଶୁପାଳଗଡ଼ ସମ୍ମାନ-୨୦୧୮ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ଚିତ୍ତରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ରବୀନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାପୋକର ସଭ୍ୟ ଯୋଗୀନାଥ ବେହୋରା, ସୁଶୀଲ ଛୁଆଳସିଂ, ବାମଦେବ ଗଜେନ୍ଦ୍ର, ଶଙ୍କର ରାୟ, ସମରଜିତ ପଟ୍ଟନାୟକ, ଦୀପକ ମହାନ୍ତି, ଲଲାଟ ସାହୁ, ମାନସ ରଥ, ରଘୁନାଥ ପଟ୍ଟନାୟକ, ପ୍ରଦୀପ ମହାନ୍ତି, ରଶ୍ମିରଞ୍ଜନ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe