ଆଜିଠୁ ରାଜଧାନୀରେ ଶୀତଳ ଷଷ୍ଠୀ ମହୋତ୍ସବ

Advertisment
ଆଜିଠୁ ରାଜଧାନୀରେ ଶୀତଳ ଷଷ୍ଠୀ ମହୋତ୍ସବ

Incredible Orissa

ଭୁବନେଶ୍ବର :ଆଜି (ଗୁରୁବାର)ଠାରୁ ୩ତାରିଖ ପର୍ଯ୍ୟନ୍ତ ତିନି ଦିନବ୍ୟାପୀ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଶୀତଳଷଷ୍ଠୀ ମହୋତ୍ସବ ଓ ଉଦ୍ୟୋଗୀ ମେଳା ଅୟୋଜିତ ହେବ। ଆଜି ହୋଟେଲ ଏମ୍ପାୟାର୍ସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରାଯାଇଛି। ‘ଶିବାଂଶୀ ଫାଉଣ୍ଡେସନ୍‌’ର ସଦସ୍ୟା, ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ମିସନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବର ପରିକଳ୍ପନା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ, ଆଜିଠାରୁ ୩ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେଉଥିବାବେଳେ ୨ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦ୍ୟୋଗୀ ମେଳାରେ ପାରମ୍ପରିକ ଓଡ଼ିଆ ପିଠାପଣା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ହସ୍ତତନ୍ତ ଓ ହସ୍ତକଳା ସହିତ ଫ୍ୟାସନ୍‌ ଓ ଲାଇଫଷ୍ଟାଇଲ୍‌ ସାମଗ୍ରୀ ବିଭିନ୍ନ ଷ୍ଟଲ୍‌ରେ ପ୍ରଦର୍ଶିତ ହେବ। ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟାରେ ଏହି ଉଦ୍ୟୋଗୀ ମେଳାକୁ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିବେ। ୨ତାରିଖ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶାରଦା ନାୟକ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନେ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଓଡ଼ିଶା ନାଟକ ଏକାଡେମିର ସମ୍ପାଦକ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ଇପ୍ସିତା ସାହୁ, ଫ୍ୟାସନ୍‌ ଡିଜାଇନର ଜୁବିନା ଅଲ୍ଲୀ, ମହିଳା ଉଦ୍ୟୋଗୀ ପ୍ରସନ୍ନା ପତି, ଏସ୍ଏଚ୍‌ଜି ନେତ୍ରୀ ସଂଯୁକ୍ତା ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମହୋତ୍ସବରେ ଉଦ୍ୟୋଗୀ ମେଳା, ସମ୍ବଲପୁରୀ ବସ୍ତ୍ରକୁ ନେଇ ଫ୍ୟାସନ୍‌ ସୋ’ ମଧ୍ୟ ଅୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe