ଶୀତଳଷଷ୍ଠୀ ପ୍ରସ୍ତୁତି: ରାତି ୧୨ଟା ସୁଦ୍ଧା ବରାନୁଗମନ

Advertisment
ଶୀତଳଷଷ୍ଠୀ ପ୍ରସ୍ତୁତି: ରାତି ୧୨ଟା ସୁଦ୍ଧା ବରାନୁଗମନ

News24

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଭବାନୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯାତ୍ରାର ନୀତି ନିର୍ଘଣ୍ଟ, ପିଇବା ପାଣି, ବିଦ୍ୟୁତ୍‍ଯୋଗଣ ଓ ସେବାୟତଙ୍କ ନୀତି ସମ୍ପର୍କରେ  ଆଲୋଚନା ହୋଇଥିଲା। ଆସନ୍ତା ଜୁନ୍‌ ୪ତାରିଖରେ ଶିବ ବିବାହ ଓ ୫ରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ବିବାହ ପାଇଁ ଠାକୁର ରାତି ୧୨ଟା ସୁଦ୍ଧା ବରାନୁଗମନ କରିବେ। ରାତି ୧୨ଟାରୁ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ।

ସେହିପରି ୫ତାରିଖ ରାତି ସାଢ଼େ ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରରୁ ନବଦମ୍ପତି ବାହାରିବେ ବୋଲି ବୈଠକରେ ନିଷ୍ପତି ହୋଇଛି। ତେବେ ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପ୍ରତିନିଧି ଅନୁପସ୍ଥିତ ଥିଲେ। ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ବ୍ରାହ୍ଣଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ପ୍ରଶାସନ ସେବାୟତ ନିଯୋଗର କୌଣସି ସମସ୍ୟା ସମାଧାନ କରୁନାହିଁ। ଏଣୁ ଆମେ ନୀତିରେ ଅସହଯୋଗ କରିବୁ ବୋଲି କହିଛନ୍ତି। ତେବେ ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe