ଆଉ ୭ ‘ଦାଦା’ ଗିରଫ, ଲକ୍ଷାଧିକ ଟଙ୍କା ସହ ସ୍କର୍ପିଓ ଜବତ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ମିସନ୍‌କୁ ତନାଘନା କରୁଛି ଆଣ୍ଟି ଏକ୍ସଟର୍ସନ୍‌ ଟାସ୍କଫୋର୍ସ। ଆଜି ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରି ଏହି ଟାସ୍କଫୋର୍ସ ୭ଜଣ ତଥାକଥିତ ଦାଦାଙ୍କୁ ଗିରଫ କରିଛି। ପୂର୍ବରୁ ରହିଥିବା ଅଭିଯୋଗ ଆଧାରରେ ବରମୁଣ୍ଡା, ଖଣ୍ଡଗିରି, କ୍ୟ‌ାପିଟାଲ, ବଡ଼ଗଡ଼, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୭ଜଣଙ୍କୁ ଗିରଫ କରାଯାଇଛି। ଏକ ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରାଯାଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ଜଣେ ବସ୍‌ ମାଲିକ ସମେତ ୪ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ, ଖଣ୍ଡଗିରି ଅଞ୍ଚଳର ବସ୍‌ ମାଲିକ ଭରତ ପ୍ରଧାନ, ବରମୁଣ୍ଡା ଅଞ୍ଚଳର ଦୀପକ ବେହେରା, ସୌମ୍ୟ ପ୍ରଧାନ ଓ ରାୟଗଡ଼ାର ଅଶୋକ ସ୍ବାଇଁ। ଏମାନଙ୍କ ନାମରେ ବସ୍‌ରୁ ବଟି ନେବା ସହ ଅନେକ ସଙ୍ଗିନ ଅଭିଯୋଗ ରହିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଅରଜାକତା ସୃଷ୍ଟି କରିବା ସହ ବସ୍‌ ମାଲିକମାନଙ୍କୁ ଆତଙ୍କିତ କରି ରଖିଥିଲେ। ପ୍ରତି ବସ୍‌ ପିଛା ମାସକୁ ୨ ହଜାର ଓ ସିଟ୍‌ ପିଛା ଦୈନିକ କିଛି ନିର୍ଦ୍ଦିଷ୍ଟ କମିସନ୍‌ ଆଦାୟ କରୁଥିଲା। ଭରତର ନିଜର ମଧ୍ୟ ୧୦ରୁ ଊର୍ଧ୍ବ ବସ୍‌ ଚାଲୁଛି। ଭୁବନେଶ୍ୱରରୁ ହାଇଦ୍ରାବାଦ ଟିକେଟ କାଟି ଲୋକଙ୍କୁ ନେବା ପରେ ମାଲକାନଗିରିରେ ଓହ୍ଲାଇ ଦେଉଥିବା ଅଭିଯୋଗ ରହିଛି। ଦୀର୍ଘ ଦିନ ଧରି ଏଭଳି ଅଭିଯୋଗକୁ ଆଧାର କରି ଆଜି ଚଢ଼ଉ କରି ସ୍କ୍ବାଡ୍‌ ସମସ୍ତଙ୍କୁ ଗିରଫ କରିଥିଲା।

ସେହିଭଳି ବଡ଼ଗଡ଼ ଥାନା ପୁଲିସ ମଧ୍ୟ ଏଭଳି ଜଣେ ତଥାକଥିତ ଦାଦାକୁ ଗିରଫ କରିଛି। ସେ ହେଲା, ବଡ଼ଗଡ଼ ଭୋଇ ସାହିର ଶୁଭ୍ରାଂଶୁ କୁମାର ଭଞ୍ଜ। ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟୀଙ୍କୁ ଆତଙ୍କିତ କରି ସେ ବଟି ଆଦାୟ କରୁଥିଲା। ଏହି ଅଞ୍ଚଳରେ ବ୍ୟବସାୟ କଲେ ତାକୁ ଟଙ୍କା ଦେବାକୁ ପଡ଼ୁଥିଲା। ବଟି ନ ଦେଲେ ଆକ୍ରମଣ ଓ ବୋମାମାଡ଼ କରୁଥିବା ମଧ୍ୟ ଅଭିଯୋଗ ରହିଥିଲା। ଗିରଫ ହୋଇ ଜାମିନ୍‌ରେ ଫେରିବା ପରେ ମଧ୍ୟ ଅଭ୍ୟାସ ଛାଡ଼ୁନଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।

ଏୟାରଫିଲ୍ଡ ଥାନା ପୁଲିସ୍‌ ମଧ୍ୟ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୁନ୍ଦରପଦାର ବାବାଜୀ ସାହୁ ଓ ସିଲୁ ଭୋଇ। ଏମାନେ ସମ୍ପୃକ୍ତ ଅଞ୍ଚଳରେ ଗୋଷ୍ଠୀ ତିଆରି କରି ଆତଙ୍କ ସୃଷ୍ଟି କରୁଥିଲେ। ବ୍ୟବସାୟୀ ବା ଜମିବାଡ଼ି କିଣୁଥିବା ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଦାଦାବଟି ଆଦାୟ କରୁଥିଲେ। ଦୀର୍ଘ ଦିନ ହେବ ଏମାନଙ୍କ ନାମରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ଉଭୟ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe