‌ଲୋନ୍‌ କରାଇଦେବାକୁ କହି ୬ ଲକ୍ଷ ଠକେଇ, ଥାନାରେ ଅଭିଯୋଗ

Advertisment
ଫାଷ୍ଟ୍‌ଫୁଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା: ଉଭୟ ପକ୍ଷରୁ ୬ ଗିରଫ

Dailyhunt

ଭୁବନେଶ୍ୱର : ଲୋନ୍‌ କରାଇଦେବାକୁ କହି ଏକାଧିକ ଲୋକଙ୍କଠାରୁ ୬ଲକ୍ଷରୁ ଊର୍ଧ୍ବ ଟଙ୍କା ଠକେଇ ହୋଇଥିବା ନେଇ ଶୁକ୍ରବାର ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା ଲୋକଙ୍କ ସହ ପାଣ୍ଡରା ଗ୍ରାମର ପ୍ରାୟ ୩ଶହରୁ ଊର୍ଧ୍ବ ପୁରୁଷ, ମହିଳା ଶୁକ୍ରବାର ଥାନାରେ ପହଞ୍ଚି ଦୁଇଜଣ ଯୁବତୀ ଓ ବ୍ୟାଙ୍କ ମ୍ୟାନେଜର୍‌ଙ୍କ ନାମରେ ଅଭିଯୋଗ କରିଥି‌‌ଲେ। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଫଳରେ ଥାନା ଆଗରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡରା କାଳିଆନଗର ବସ୍ତିର କିଛି ପୁରୁଷ, ମହିଳାଙ୍କୁ ନେଇ ଭିନ୍ନ ଭିନ୍ନ ଗ୍ରୁପ୍‌ ଖୋଲିଛି। ଗ୍ରୁପର ସଦସ୍ୟମାନଙ୍କ ନାମରେ ଲୋନ୍‌ କରାଇଦେବାକୁ କହି ଏକ ବ୍ୟାଙ୍କରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବତୀ ସେମାନଙ୍କଠାରୁ ୧୩୦ଟଙ୍କା ଓ ପରେ ୨୦୦୦ ଟଙ୍କା ଲେଖାଏଁ ନେଇଥିଲେ। ଲୋନ୍‌ ବାବଦକୁ ସେମାନଙ୍କୁ ୪ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ ସେମାନଙ୍କୁ ଲୋନ୍‌ ଟଙ୍କା ମିଳନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe