ଭୁବନେଶ୍ବର: ଦଶାବତାର ନାଟ୍ୟଶାଳାର ସ୍ବନକ୍ଷତ୍ର ଉତ୍ସବ ଏବଂ ସମ୍ବର୍ଧନା ସମାରୋହ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଅଭିନୟ ଓ ରଜଗୀତ ପରିବେଷିତ ହୋଇଥିଲା। ତେବେ ‘ବେଟି ବଚାଓ’ ଉପରେ ପ୍ରସ୍ତୁତ ପରୀ ପାଇଁ କଥାଟିଏ ନୃତ୍ୟ ବେଶ୍ ମନଛୁଆଁ ହୋଇଥିଲା। ମମତା ଶତପଥୀ ଏହାର ନୃତ୍ୟ ସଂଯୋଜନା କରିଥିଲେ।
ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟଶିଳ୍ପୀ ଚପଳା ମିଶ୍ର, ପୁଲିସ୍ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉତ୍ସବରେ ଦୁଇ ଭିନ୍ନକ୍ଷମ ପ୍ରତିଭା ଶ୍ରୀୟଙ୍କା କୁମାରୀ ମିଶ୍ର, ଅମିତ ବିକ୍ରମଙ୍କୁ ‘ନାଟ୍ୟଶାଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ବର୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକ ମମତା ଶତପଥୀ ଉପସ୍ଥିତ ଥିଲେ। ସାଗର କୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/06/Untitled-13-15.jpg)