skull found in forest: ଜଙ୍ଗଲରୁ ମିଳିଲା କଙ୍କାଳ, ଖପୁରୀ: ବ୍ୟବଚ୍ଛେଦ ପାଇଁ ଗଲା ଏମ୍‌ସ, ସନ୍ଦେହରେ ୧୦ ଜଣଙ୍କୁ ଜେରା

Advertisment

ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଖପୁରୀ ଓ କଙ୍କାଳକୁ ଚନ୍ଦକା ଥାନା ପୁଲିସ ପିତାଗାଡ଼ିଆ ଜଙ୍ଗଲରୁ ଜବତ କରିଛି। ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେଠାରୁ ମିଳିଥିବା ଏକ ଲୁଙ୍ଗିରୁ ଏହା କିଛିଦିନ ତଳେ ନିଖୋଜ....

ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଖପୁରୀ ଓ କଙ୍କାଳକୁ ଚନ୍ଦକା ଥାନା ପୁଲିସ ପିତାଗାଡ଼ିଆ ଜଙ୍ଗଲରୁ ଜବତ କରିଛି। ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେଠାରୁ ମିଳିଥିବା ଏକ ଲୁଙ୍ଗିରୁ ଏହା କିଛିଦିନ ତଳେ ନିଖୋଜ....

ddagdagadg

ଭୁବନେଶ୍ବର: ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଖପୁରୀ ଓ କଙ୍କାଳକୁ ଚନ୍ଦକା ଥାନା ପୁଲିସ ପିତାଗାଡ଼ିଆ ଜଙ୍ଗଲରୁ ଜବତ କରିଛି। ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେଠାରୁ ମିଳିଥିବା ଏକ ଲୁଙ୍ଗିରୁ ଏହା କିଛିଦିନ ତଳେ ନିଖୋଜ ଥିବା ସ୍ଥାନୀୟ ଅଞ୍ଚଳର ବଳରାମ ଦେଓଗାମ୍‌ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଚନ୍ଦକା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ଏମ୍‌ସକୁ ପଠାଇଛି। ସେହିପରି ସନ୍ଦେହରେ ବ୍ୟକ୍ତିଙ୍କ ପରିବାରର କିଛି ସଦସ୍ୟଙ୍କ ସମେତ ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି।

ସୂଚନା ମୁତାବକ, ଆଜି ସକାଳେ ଚନ୍ଦକା ଏସ୍‌ଓଜି କ୍ୟାମ୍ପଠାରୁ ମାତ୍ର କିଛି ଦୂରରେ ଥିବା ଜଙ୍ଗଲରେ ଏକ ଖପୁରୀ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ। ପୁଣି କିଛିବାଟ ଦୂରରେ ଏକ କଙ୍କାଳ ମିଳିଥିଲା। ବନ କର୍ମଚାରୀ ତୁରନ୍ତ ଘଟଣା ସମ୍ପର୍କରେ ରେଞ୍ଜରଙ୍କୁ ଜଣାଇଥିଲେ। ରେଞ୍ଜର ଘଟଣାସ୍ଥଳକୁ ଯିବା ସହ ଚନ୍ଦକା ଥାନା ପୁଲିସକୁ ସୂଚନା ଦେଇଥିଲେ। ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ଖପୁରୀ ଓ କଙ୍କାଳକୁ ଜବତ କରିବା ସହ ସେଠାରୁ ଏକ ଲୁଙ୍ଗି ଜବତ କରିଥିଲେ। ପୁଣି କିଛି ଦୂରରେ ପୋତାଯାଇଥିବା ଅବସ୍ଥାରେ ଶରୀରର ଅନ୍ୟ କିଛି ହାଡ଼ ମିଳିଥିଲା। ମୃତ ବ୍ୟକ୍ତିଙ୍କ ଖପୁରୀ, କଙ୍କାଳ ଓ ହାଡ଼କୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ଏମ୍‌ସକୁ ପଠାଯାଇଥିଲା। ଅନ୍ୟପଟେ ପ୍ରକୃତରେ ଏହା ବଳରାମଙ୍କ ଶରୀର ନା ଆଉ କହାର ତାକୁ  ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେଣୁ ଏହାର ଡିଏନ୍‌ଏ ପରୀକ୍ଷା କରାଯିବ। ଖୁବ୍‌ଶୀଘ୍ର ଏସ୍‌ଏଫଏସ୍‌ଏଲ୍‌କୁ ନମୂନା ପଠାଯିବ ବୋଲି ଥାନା ଅଧିକାରୀ ସମୀତା ମିଶ୍ର କହିଛନ୍ତି।

ହତ୍ୟା ପରେ ପୋତିଦେଇଥିବା ସନ୍ଦେହ
ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରିଛି। କାରଣ ଯେଭଳି ବ୍ୟକ୍ତିଙ୍କର ଖପୁରୀ, କଙ୍କାଳ ଓ ହାଡ଼ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ  ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପ୍ରମାଣ ନ‌ଷ୍ଟ ପାଇଁ ତାଙ୍କୁ ଖଣ୍ଡ ଖଣ୍ଡକରି ପୋତିଦେଇଥିଲେ। ଲଗାତାର ବର୍ଷା ଯୋଗୁଁ ପୋତାଯାଇଥିବା ସ୍ଥାନରୁ ମାଟି ଧୋଇଯିବା ପରେ ଶବର କିଛି ଅଂଶ ଉପରକୁ ଆସିଯାଇଥିଲା। ତେଣୁ ଜଙ୍ଗଲୀ ଜନ୍ତୁ ଏହାକୁ ଖାଇବା ପାଇଁ ଖୋଳି ପକାଇଥିଲେ। ଶରୀରକୁ ଟାଣି ଖିନ୍‌ଭିନ୍‌ କରି ପଦାକୁ ଆଣଥିଲେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। 
କାହିଁକି ହୋଇନଥିଲା ନିଖୋଜ ଅଭିଯୋଗ? ବଢ଼ୁଛି ରହସ୍ୟ
ମିଳିଥିବା କଙ୍କାଳରୁ ତାହା ବଳରାମଙ୍କ ବୋଲି କୁହାଯାଉଛି। କାରଣ ଗତ ସେପ୍ଟେମ୍ବର ୨୫ ତାରିଖରେ ବଳରାମ ଘରୁ ନିଖୋଜ ହୋଇଥିଲେ। ଆଶ୍ଚର୍ଯ୍ୟର କଥା ଇତିମଧ୍ୟରେ ୩୭ ଦିନ ବିତିଯାଇଥିଲେ ବି ଏନେଇ ପରିବାରଲୋକ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ କରି ନଥିଲେ। ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଅନ୍ୟପଟେ ପରିବାର ଲୋକ କହିଛନ୍ତି ଯେ ବଳରାମ ଏମିତି ମଝିରେ ମଝିରେ ବିଭିନ୍ନ ମଠ ଓ ମନ୍ଦିରକୁ ପଳାଇ ମାସ ମାସ ସମୟ କାଟନ୍ତି। ପରେ ପୁଣି ଘରକୁ ଫେରନ୍ତି। ତେଣୁ ସେ କାଳେ ମଠ ମନ୍ଦିର ଯାଇଥିବେ ଭାବି ସେମାନେ ଅଭିଯୋଗ କରିନଥିବା କହିଛନ୍ତି।   ପୁଲିସ ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ଼ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe