୨୬ରୁ ନାଲି ଟ୍ରାକ୍‌ରେ ଗଡ଼ିବ ସ୍ମାର୍ଟ ସାଇକେଲ୍‌, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଆରମ୍ଭ ହେଲା ହକି ମହାକୁମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଚଳିତ ମାସ ୨୬ ତାରିଖରୁ ସ୍ମାର୍ଟ ସାଇକେଲ୍‌ ଗଡ଼ିବ। ରାଜଧାନୀର ମୁଖ୍ୟ ପ୍ରସସ୍ଥ ସଡ଼କ ପାର୍ଶ୍ୱରେ ଦିଆଯାଇଥିବା ନାଲି ରଙ୍ଗର ଟ୍ରାକ୍‌ରେ ସ୍ମାର୍ଟ ସାଇକେଲଗୁଡ଼ିକ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସୋମବାର ଉଦ୍‌ଘାଟନ କରିବେ। ଏନେଇ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି।

ସ୍ମାର୍ଟ ସିଟି ଭୁବନେଶ୍ୱର ସହିତ ସାଇକେଲ କମ୍ପାନୀ ‘ୟୁଲୁ, ୟାନା ଓ ହେକ୍ସି’ର ଅନୁବନ୍ଧ ହୋଇଛି। ରାଜଧାନୀରେ ଏପର୍ଯ୍ୟନ୍ତ ୧୪୦୦ ସ୍ମାର୍ଟ ସାଇକେଲ୍‌ ପହଞ୍ଚି ସାରିଛି। ଆଗ୍ରହୀ ଲୋକେ ସ୍ମାର୍ଟ ସାଇକେଲ ଚଳାଇବାକୁ ହେଲେ ୧୦୦ ଟଙ୍କା ଜମା କରି ସଦସ୍ୟତା ଗ୍ରହଣ କରିପାରିବେ। ପରିଚାଳନା ସଂସ୍ଥା ପକ୍ଷରୁ ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ଚଲାଇବାର ସୁଯୋଗ ମିଳିବ। ତିନି ଫୁଟିଆ ନାଲି ରଙ୍ଗର ଟ୍ରାକରେ ସାଇକେଲ ଚଳାଇ ଲୋକଙ୍କୁ ସଚେତନ କରାଯିବାର ଉଦ୍ଦେଶ୍ୟ ରହିଛି। ସାଇକେଲ ଷ୍ଟାଣ୍ଡ ପାଇଁ ଶତାଧିକ ସ୍ଥାନ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe