ସ୍ମାର୍ଟ ସିଟିକୁ ଦୁଇଟି ଜାତୀୟ ପୁରସ୍କାର

Advertisment
ସ୍ମାର୍ଟ ସିଟିକୁ ଦୁଇଟି ଜାତୀୟ ପୁରସ୍କାର

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)କୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ‘ଭୁବନେଶ୍ବର.ମି’ ପ୍ଲାଟ୍‌ଫର୍ମରେ ଏକାଧିକ ସେବା ଉପଲବ୍ଧ କରି ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିବାରୁ ଭାରତବର୍ଷର ୧୦୦ ସ୍ମାର୍ଟ ସିଟିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହି ପୁରସ୍କାର ପାଇଛି।

ସୁରତରେ ସ୍ମାର୍ଟ ସିଟିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ‘ଇଣ୍ଡିଆନ୍‌ ସ୍ମାର୍ଟ ସିଟି ଆୱାର୍ଡ’ ପ୍ରତିଯୋଗିତାର ‘ପରିଚାଳନା’ କାଟାଗୋରିରେ ବିଏସ୍‌ସିଏଲ୍‌କୁ ସଫଳତା ମିଳିଛି। ସେହିଭଳି ସୋସିଆଲ୍‌ ଆସ୍‌ପେକ୍ଟ ପ୍ରତିଯୋଗିତାରେ ଦ୍ବିତୀୟ ପୁରସ୍କାର ହାସଲ କରିଛି। ବିଏସ୍‌ସିଏଲ୍‌ ଜିଏମ୍‌ କମଲ୍‌ଜିତ୍‌ ଦାସ ଏହି ଆୱାର୍ଡ ଗ୍ରହଣ କରିବା ସହ ସହଯୋଗ ପାଇଁ ଭୁବନେଶ୍ବରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe