ଭୁବନେଶ୍ବର: ଗଛ ଲଗାଇବାକୁ ପୁଳା ପୁଳା ଲୁହାର ଗଛ ବାଡ଼ା ବାଣ୍ଟିଦେଲେ। କିନ୍ତୁ ଗଛ ଦେଲେନି। ଏଣୁ ଗଛ ନ ପହଞ୍ଚିବାରୁ ଏହି ବାଡ଼ା ବି କାମରେ ଲାଗିଲାନି। ସେପଟେ ଯେଉଁଠି ଗଛ ଲାଗିଲା, ପାଣି ଅଭାବରୁ ତାହା ବଞ୍ଚିଲାନି। ଏବେ ଏହି ବାଡ଼ା ସବୁ ଏଣେତେଣେ ଫିଙ୍ଗାଯାଇଛି। ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ୱାର୍ଡରେ ବୃକ୍ଷରୋପଣର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି। ନିଜ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଭୁବନେଶ୍ବର ମହାନଗର ନିଗମ ବିଭିନ୍ନ ୱାର୍ଡ କାର୍ଯ୍ୟାଳୟ, କ୍ଲବ୍‌ ଘର, ନଦୀ ପଠା, କର୍ପୋରେଟର୍‌ଙ୍କ ଘରେ ଏହାକୁ ପକାଇ ରଖିଛନ୍ତି। ଏହି ଲୁହା ଗଛ ବାଡ଼ା ପଡ଼ି ପଡ଼ି କଳଙ୍କି ଲାଗି ନଷ୍ଟ ହେଲାଣି। ଯେଉଁଠି ଗଛ ନ ପହଞ୍ଚି ଆଗୁଆ ବାଡ଼ା ପହଞ୍ଚି ଯାଉଛି, ସେଠି ବାଡ଼ା କିଣାରେ ବ୍ୟାପକ ଦୁର୍ନୀତି କରାଯାଇଥିବା ସ୍ପଷ୍ଟ ବାରି ହେଉଛି।କେଉଁଠି ୬ ମାସ ତ କେଉଁଠି ବର୍ଷେ ହେଲାଣି ଏହି ବାଡ଼ା ସବୁ ପକାଇ ରଖାଯାଇଛି। ଯାହା ରାଜଧାନୀରେ ବୃକ୍ଷରୋପଣର ଅସଲ ଚିତ୍ରକୁ ପଦାରେ ପକାଇଛି। ତଥ୍ୟ ମୁତାବକ, ଭୁବନେଶ୍ବର ମହାନଗର ନିଗମ ଏହି ଲୁହା ଗଛ ବାଡ଼ା ୧୪୫୦ ଟଙ୍କାରେ କ୍ରୟ କରୁଛି। ଏଥିପାଇଁ ଠିକାସଂସ୍ଥା ନିୟୋଜିତ ହୋଇଛନ୍ତି। ଯେଉଁମାନଙ୍କଠାରୁ ପର୍ଯ୍ୟାୟକ୍ରମେ ଲୁହା ଗଛ ବାଡ଼ା କ୍ରୟ କରାଯାଉଛି ଓ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେତେକ କ୍ଷେତ୍ରରେ ବନ ବିଭାଗ ତ କେତେବେଳେ ଘରୋଇ ସଂସ୍ଥାଠାରୁ ଏହା କ୍ରୟ କରାଯାଉଛି।  ଏ ବାବଦରେ ମହାନଗର ନିଗମ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି।

Advertisment

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ଗଛ ବାଡ଼ା କିଣାରେ ଦୁର୍ନୀତିର ଗନ୍ଧ
ଠିକାସଂସ୍ଥାଙ୍କୁ ପୋଷୁଛି ବିଏମ୍‌ସି
ଗଛ ଦେଲେନି, ବାଡ଼ା କିଣି ବାଣ୍ଟିଦେଲେ
ୱାର୍ଡ କାର୍ଯ୍ୟାଳୟ, କର୍ପୋରେଟର୍‌ଙ୍କ ଘର, ନଦୀପଠା, ସବୁଠି ଗଦା ହୋଇଛି

Police-Maoist clash: କନ୍ଧମାଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ: ସିଲ୍‌କସୁଗା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ଭୁବନେଶ୍ବର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନ୍ ଅଧୀନ ୩୦ ନମ୍ବର ୱାର୍ଡକୁ ଗଛ ଲଗାଇବା ପୂର୍ବରୁ ଶହ ଶହ ଲୁହା ଗଛ ବାଡ଼ା ପଠାଇ ଦିଆଗଲା। କିନ୍ତୁ ଗଛ ଦିଆଗଲାନି। ଏଣୁ ୱାର୍ଡ କାର୍ଯ୍ୟାଳୟ ଭିତରେ ବାଡ଼ା ସବୁ ପଡ଼ି ପଡ଼ି ନଷ୍ଟ ହେଲାଣି। ଆଉ କିଛି କର୍ପୋରେଟର୍‌ଙ୍କ ଘର ଆଗରେ ଗଦା ହୋଇଛି। ୩୦ ନମ୍ବର ୱାର୍ଡ ଅଧିକାରୀ ଶୁଭ ସାହୁ କହିଛନ୍ତି, ମୁଁ ୩୦ ନମ୍ବର ୱାର୍ଡ ଦାୟିତ୍ବ ନେବା ପୂର୍ବରୁ ଏହା ଗଦା ହୋଇରହିଛି। ବୋଧହୁଏ ବର୍ଷେ ପରେ ହେବ, ସେହିଭଳି ପଡ଼ିରହିଛି। ଯେହେତୁ ଗଛ ନ ଆସି ଏହାକୁ ପଠାଇ ଦିଆଗଲା, ଏହା କାମରେ ଲାଗି ପାରିଲାନି। ତଥାପି ଯେଉଁଠି ଗଛ ଲାଗିବାକୁ ଆବଶ୍ୟକ ପଡ଼ୁଛି, ଏଥିରୁ ଯାଉଛି। ୪ ନମ୍ବର ୱାର୍ଡର ନହରକଣ୍ଟା ହରିଦାସପୁର ମହରଥା ବିଦ୍ୟାପୀଠ ସମ୍ମୁଖରେ ଶହ ଶହ ସଂଖ୍ୟାରେ ଲୁହା ଗଛ ବାଡ଼ା ଗଦା ହୋଇଛି। କୁଆଖାଇ ନଦୀ ପଠାରେ ଗଛ ଲଗାଇବାକୁ ଏହି ବାଡ଼ା ସବୁ ୪ ନମ୍ବର ୱାର୍ଡକୁ ପଠାଯାଇଥିଲା। କିନ୍ତୁ ଅଳ୍ପ କିଛି ଜାଗାରେ ବାଡ଼ା ଲାଗିଥିବାବେଳେ ବାକି ସେହିଭଳି ପଡ଼ି ରହିଛି। ୪ ନମ୍ବର ୱାର୍ଡ କର୍ପୋରେଟର୍ ସୁକୁମାର ସାହୁ କହିଛନ୍ତି, ଆମେ କୁଆଖାଇ ନଦୀ ପଠାରେ ଗଛ ସହ ଏହି ବାଡ଼ ସବୁ ଲଗାଇଥିଲୁ। କିନ୍ତୁ ଜଳସେଚନ ବିଭାଗ କୁଆଖାଇ ନଦୀ ପଠା ପଥରପ୍ୟାକିଂ କରିବାରୁ ଏହାକୁ ହଟାଇବାକୁ ପଡ଼ିଲା। ନଦୀ ପଠା ପଥରପ୍ୟାକିଂ ସରିବା ପରେ ଆମେ ଏହାକୁ ପୁଣି ଲଗାଇଦେବୁ। ଅନ୍ୟପକ୍ଷରେ ଭୁବନେଶ୍ବର ମହାନଗର ନିଗମ ଡେପୁଟି କମିସନର୍(ପରିବେଶ) କାଜଲ ପ୍ରଧାନ ଏ ସଂପର୍କରେ କିଛି ଜାଣିନଥିବା କହିଛନ୍ତି।