‘ସ୍ମାଇଲ୍‌’ ପକ୍ଷରୁ ପୁରୁଣା ଖବରକାଗଜ ସଂଗ୍ରହ ଅଭିଯାନ

Advertisment
‘ସ୍ମାଇଲ୍‌’ ପକ୍ଷରୁ ପୁରୁଣା ଖବରକାଗଜ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ପୁରୁଣା ଖବର କାଗଜ ବି ଗରିବ ଲୋକଙ୍କ ଚିକିତ୍ସା ଖର୍ଚରେ ଆସୁଛି। ଏଭଳି ଏକ ଅଭିନବ ଚିନ୍ତା ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ସୁଦତ୍ତା ପଟ୍ଟନାୟକ। ଆଜି ଶ୍ରୀମତୀ ପଟ୍ଟନାୟକ ନିଜ ଘରେ ଥିବା ଏକ ଟନ୍‌ରୁ ଅଧିକ ଓଜନର ପୁରୁଣା ଖବର କାଗଜ ଉକ୍ତ ସଂସ୍ଥାକୁ ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶଥାଉକି ଉକ୍ତ ସଂସ୍ଥା ପକ୍ଷରୁ ବିଭିନ୍ନ ଲୋକଙ୍କଠାରୁ ପୁରୁଣା ଖବର କାଗଜ ସଂଗ୍ରହ କରାଯାଇ ତାକୁ ବିକ୍ରି କରାଯାଉଥିବା ଅର୍ଥରେ ଗରିବ ଲୋକଙ୍କ ଚିକିତ୍ସା ଖର୍ଚ କରାଯାଉଛି। ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସୁରଜ, ଅଭିଜିତ ଦାଶ, ମୂରଲୀଧର ପ୍ରଧାନ, ସଂଧ୍ୟାରାଣୀ ଦଳେଇ, ସନ୍ତୋଷ କୁମାର ପରିଡ଼ା ପ୍ରମୁଖ ଏଭଳି ଅଭିଯାନରେ ସାମିଲ ହୋଇ ଖବର କାଗଜ ସଂଗ୍ରହ କରୁଛନ୍ତି।

ଯେଉଁ ବ୍ୟକ୍ତି ବିଶେଷ ସ୍ମାଇଲକୁ ପୁରୁଣା ଖବର କାଗଜ ପ୍ରଦାନ କରିବାକୁ ଚାହୁଁଛନ୍ତି ସେମାନେ ୯୪୩୭୪୭୪୦୮୪ କିମ୍ବା ୯୮୫୩୩୩୪୧୦୭ ନମ୍ବରରେ ଯୋଗାଯୋଗ କରିବାକୁ ସ୍ମାଇଲ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe