ଭୁବନେଶ୍ୱର: ମୂଷା ଧରିବା ପାଇଁ ବସା ଯାଇଥିଲା (ରୋଡେଣ୍ଟ୍ ବେଟ୍ ଷ୍ଟେସନ୍) ମୂଷା ଧରା ଯନ୍ତା। ତେବେ ଏହା ଭିତରେ ଫସି ଯାଇଥିଲା ଏକ ସାଢ଼େ ୪ଫୁଟ୍ର ନାଗ। ଏହା ଏକ ଅଠା ମିଶ୍ରିତ ଯନ୍ତା ହୋଇଥିବାରୁ ସାପର ଅଧା ଶରୀର ସେ ଯନ୍ତା ଭିତରେ ଲାଖି ରହିଥିଲା। ବାରମ୍ବାର ଫଣା ଟେକୁଥିଲେ ବି ସେ ଯନ୍ତାରୁ ମୁକୁଳି ପାରି ନଥିଲା। ଘଟଣାଟି ଘଟିଛି ଆମ୍ରି ହସ୍ପିଟାଲ୍ରେ। ହସ୍ପିଟାଲ୍ ପରିସରରେ ଥିବା କ୍ୟାଣ୍ଟିନ୍ରେ ମୂଷାଙ୍କ ଉପଦ୍ରବରୁ ରକ୍ଷା ପାଇଁ ଯନ୍ତା ବସା ଯାଇଥିଲା। କିନ୍ତୁ ସକାଳୁ ସେଥିରେ ଫସି ଯାଇଥିଲା ନାଗ।
ଏନେଇ ସକାଳ ୫ଟା ୫୦ରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେବା ପରେ ସେଠାରେ ସଦସ୍ୟ ପ୍ରଶାନ୍ତ ସାହୁ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ତେବେ ସାପ ଦେହରେ ଅଠା ଲାଗିଥିବାରୁ ବେବି ଅଏଲ୍ ଲଗାଇ ଅଠା ଛଡ଼ା ଯିବା ପରେ ତାକୁ ଜଙ୍ଗଲରେ ଛଡ଼ା ଯାଇଛି ବୋଲି କହିଛନ୍ତି ସ୍ନେକ୍ ହେଲ୍ପଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ବର୍ଷା ହେଲେ ସାପମାନଙ୍କ ଗାତରେ ପାଣି ପଶିଯାଉଥିବାରୁ ସାପମାନେ ଶୁଖିଲା ଜାଗାକୁ ଚାଲି ଆସୁଥିବାରୁ ଏପରି ଘଟଣା ଘଟୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us