ଗଲ୍ଫ କ୍ଲବ୍‌ରେ ଅଜଗର

Advertisment
ଗଲ୍ଫ କ୍ଲବ୍‌ରେ ଅଜଗର

ଭୁବନେଶ୍ବର: ଭୁବନେଶ୍ବର ଗଲ୍ଫ କ୍ଲବ୍‌ ପରିସରରୁ ଆଜି ଏକ ୧୦ ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି। ପଡ଼ିଆ ଚାରିପଟେ ଜାଲି ବାଡ଼ ଲଗା ଯାଇଥିବାରୁ ସାପଟି ଜାଲି ବାଡ଼ ଦେଇ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ତାରରେ ଫସି ଯାଇଥିଲା। ଏହା ଦେଖିବା ପରେ ସେଠାକାର କର୍ମଚାରୀ ପୂର୍ବାହ୍ନ ୧୧ଟା ବେଳେ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ଶୁଭେନ୍ଦୁ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ଦାସ ଗଲ୍ଫ କ୍ଲବ୍‌ରେ ପହଞ୍ଚି ଜାଲି କାଟି ‌ସାପଟିକୁ ଉଦ୍ଧାର କରିଥିଲେ। ତେବେ ସାପଟିର ଶରୀରରେ କ୍ଷତ ହୋଇନଥିବାରୁ ତାକୁ ବନ କର୍ମଚାରୀଙ୍କ ଉପସ୍ଥିତିରେ ଭରତପୁରସ୍ଥିତ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିଲା। ଗଲ୍ଫ କ୍ଲବ୍‌ ସହ ଭରତପୁର ଜଙ୍ଗଲର ବାଡ଼ ସଂଲଗ୍ନ ଥିବାରୁ ସାପଟି ସମ୍ଭବତଃ ଜଙ୍ଗଲ ମଧ୍ୟରୁ କ୍ଲବ୍‌ ପରିସରକୁ ଚାଲି ଆସିଥାଇପାରେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe