ଶ୍ରୀପତିତପାବନ ଜିଉଙ୍କ ପୀଠରେ ସ୍ନାନ ପୂର୍ଣ୍ଣିମା

Advertisment
ଶ୍ରୀପତିତପାବନ ଜିଉଙ୍କ ପୀଠରେ ସ୍ନାନ ପୂର୍ଣ୍ଣିମା

ଭୁବନେଶ୍ବର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସୁନ୍ଦରପଦାର ଆରାଧ୍ୟ ଦେବ ଶ୍ରୀ ପତିତପାବନ ଜିଉ ହାତୀବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବ୍ରାହ୍ମଣ ସମିତିର ସେବାୟତମାନଙ୍କ ଦ୍ୱାରା ମହାପ୍ରଭୁ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହି ପବିତ୍ର ଦିନରେ ସୁନ୍ଦରେଶ୍ୱର ମହାଦେବଙ୍କ ସହ ପତିତପାବନ ଦେବଙ୍କର ଭେଟ ହୁଏ।

ଏହି ହରିହର ଭେଟ ଦେଖିବାକୁ ଆଖପାଖ ଶତାଧିକ ଭକ୍ତଙ୍କୁ ଏକାଠି ହୋଇଥିଲେ। ମାନେଜିଂ ଟ୍ରଷ୍ଟି ମୁରଲୀ ମନୋହର ସାମଲଙ୍କ ସମେତ ଗ୍ରାମବାସୀ, ବ୍ରାହ୍ମଣ ସମିତି ଏବଂ ଟ୍ରଷ୍ଟ ବୋର୍ଡର ସମସ୍ତ ସଭ୍ୟମାନଙ୍କ ଉଦ୍ୟମରେ ଏହା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ମହାଆଡ଼ମ୍ବରରେ ଅନୁଷ୍ଠିତ ‌ହୋଇଥିଲା। ସ୍ଥାନୀୟ କଳାକାର ଲୋକନାଥ ବାରିକ ପ୍ରଭୁଙ୍କ ହାତୀ ବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe