କୁନି ଝିଅ ସ୍ନେହାଶ୍ରୀଙ୍କୁ ମିସ୍‌ ଲିଟିଲ୍‌ କୁଇନ୍‌ ମୁକୁଟ

Advertisment
କୁନି ଝିଅ ସ୍ନେହାଶ୍ରୀଙ୍କୁ ମିସ୍‌ ଲିଟିଲ୍‌ କୁଇନ୍‌ ମୁକୁଟ

ଭୁବନେଶ୍ବର: ମାଲେସିଆରେ ଅନୁଷ୍ଠିତ ମିସ୍‌ ଲିଟିଲ୍‌ କୁଇନ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଏକକାଳୀନ ୨ଟି ଟାଇଟଲ୍‌ ଜିତି ‌ଓଡ଼ିଶାକୁ ଗର୍ବିତ କରିଛନ୍ତି ପୁରୁଣା ଭୁବନେଶ୍ବରର ୧୧ ବର୍ଷୀୟ କୁନି ଓଡ଼ିଆ ଝିଅ ସ୍ନେହାଶ୍ରୀ ସାହୁ। ଭାରତରୁ ସେ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ନେପାଳ, ଚୀନ୍‌ ଭଳି ୫୮ଟି ଦେଶରୁ ପିଲାଙ୍କୁ ଚୟନ କରାଯାଇଥିଲା। ମୁଖ୍ୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ଆଗରୁ ସେ ଶୀର୍ଷ ୧୨ଜଣଙ୍କ ମଧ୍ୟରେ ନିଜ ସ୍ଥାନ ଜମେଇ ସାରିଥିଲେ। ସେଥିମଧ୍ୟରୁ ୫ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ନେଇ ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ସ୍ନେହାଶ୍ରୀ ମିସ୍‌ ଲିଟିଲ୍‌ କୁଇନ୍‌ ଅଫ୍‌ ଦି ରାମ୍ପ୍‌ ମୁକୁଟ ସହ ଜାତୀୟ ପୋଷାକରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରି ବିଜେତା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe