କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଟରେ ସାମାଜିକ ଦୂରତା

Advertisment
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଟରେ ସାମାଜିକ ଦୂରତା

ଭୁବନେଶ୍ବର : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି। ମାତ୍ର ହାଟମାନଙ୍କରେ ଏହି ନିୟମକୁ ପାଳନ କରାଯାଉ ନାହିଁ। ନିର୍ଦେଶ ସତ୍ତ୍ବେ ଲୋକେ ପାଖକୁ ପାଖ ଲାଗି ହାଟ ସଉଦା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବଡ଼ଗଡ଼ ହାଟରେ ଦୂରତା ବଜାୟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗୋଟେ ମିଟର ଲେଖାଏ ଦୂରତାରେ ଗୋଲ ବୁଲାଇ ତା’ ମଧ୍ୟରେ ଛିଡ଼ା ହୋଇ ଅପେକ୍ଷା କରି ପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କୁହାଯାଉଛି। ବିଏମ୍‌ସି ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ ହୋଇଛି। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା କିଛି ମଲ୍‌ମାନଙ୍କରେ ମଧ୍ୟ ସ୍ବତଃ ଏହି ସାମାଜିକ ଦୂରତା ବ୍ୟବସ୍ଥା କରାଯାଇଛି। ଗଣ୍ଡମୁଣ୍ଡାସ୍ଥିତ ରିଲାଏନ୍ସ ଫ୍ରେସ ସମ୍ମୁଖରେ ମଧ୍ୟ ୧ ମିଟର ବ୍ୟବଧାନରେ ଲୋକେ ଧାଡ଼ି ହୋଇ ଭିତରକୁ ପ୍ରବେଶ କରି ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। ଅନ୍ୟ ହାଟ ଓ ମଲ୍‌ ତରଫରୁ ମଧ୍ୟ ଏହି ବ୍ୟବସ୍ଥା ଆପଣାଇବାକୁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe