‘ନେତୃତ୍ବ ସଙ୍କୁଚିତ ହେଲେ ସାମାଜିକ ଅଗ୍ରଗତି ବାଧାପ୍ରାପ୍ତ ହୁଏ’

Advertisment

ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ଏକ ଭିନ୍ନ ଦିଗରେ ଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଓ ପ୍ରତ୍ନତତ୍ତ୍ବ ଆଦି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଭୁବନେଶ୍ବରରେ ପୂର୍ବରୁ ଥିବା ବିଭିନ୍ନ ଐତିହ୍ୟ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି।

ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ଏକ ଭିନ୍ନ ଦିଗରେ ଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଓ ପ୍ରତ୍ନତତ୍ତ୍ବ ଆଦି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଭୁବନେଶ୍ବରରେ ପୂର୍ବରୁ ଥିବା ବିଭିନ୍ନ ଐତିହ୍ୟ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି।

fffshfhsfh

ଭୁବନେଶ୍ବର: ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ଏକ ଭିନ୍ନ ଦିଗରେ ଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଓ ପ୍ରତ୍ନତତ୍ତ୍ବ ଆଦି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଭୁବନେଶ୍ବରରେ ପୂର୍ବରୁ ଥିବା ବିଭିନ୍ନ ଐତିହ୍ୟ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି। ଭୁବନେଶ୍ବର ଛାତିରୁ ‘ଶିଶୁପାଳଗଡ଼’ ଉଭାନ୍‌ ହେବାକୁ ବସିଛି। ସମାଜ ସଫଳ ନାୟକମାନେ ଆମର ପ୍ରାଚୀନ ପରମ୍ପରା ଓ କୀର୍ତ୍ତିରାଜିର ସୁରକ୍ଷା ଲାଗି ଆଗେଇ ଆସିବା ଆବଶ୍ୟବ। ରୋଟାରି କ୍ଲବ୍‌ ଭୁବେନେଶ୍ବର ରୟାଲ୍‌ର ଉତ୍କଳ ଉତ୍କର୍ଷ ଚିନ୍ତନ ଆନୁକୂଲ୍ୟରେ ‘କାଲି, ଆଜି ଓ କାଲି’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି କହିଛନ୍ତି। ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ପ୍ରଗତି ନାମରେ ଐତିହ୍ୟକୁ ନଷ୍ଟ କରାଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଶିଷ୍ଟ ଐତିହ୍ୟ ଗବେଷକ ଅନୀଲ ଧୀର ପୁରାତନ ମଠ ଭଙ୍ଗାଯିବା, ଅନେକ ପ୍ରାଚୀନ ଐତିହ୍ୟସ୍ଥଳରୁ ମୂର୍ତ୍ତି ଚୋରି ହେବାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନ ଗୁରତ୍ବ ଦେବାକୁ ନିବେଦନ କରିଥିଲେ।

ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, କହିଲେ, ବର୍ତ୍ତମାନ ଅଭିଭାବକମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲକୁ ଛାଡ଼ିବାକୁ ପସନ୍ଦ କରୁନାହାନ୍ତି। ଇଂରାଜୀ ମାଧ୍ୟମ ସ୍କୁଲ ପ୍ରତି ଆସକ୍ତି ଓ ସରକାରୀ ତଥା ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ପ୍ରତି ଘୃଣାଭାବ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। କଲେଜ ନିର୍ବାଚନ ବନ୍ଦ ହେତୁ ଭବିଷ୍ୟତରେ ନେତୃତ୍ବ ସଙ୍କଟ ଦେଖାଦେବ। ଯଦି ନେତୃତ୍ବ ସଙ୍କୁଚିତ ହେବ, ସାମଜିକ ଅଗ୍ରଗତି ବାଧାପ୍ରାପ୍ତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଓ ଯଜ୍ଞାଶିଷ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ ଓ ଭାଷ‌ା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe