ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ ମହିଳା ସମାଜସେବୀ, ଲେଖିକା ଓ ଓଡ଼ିଶା ନାରୀ ସେବା ସଂଘର ଆଜୀବନ ସଦସ୍ୟା କୁମୁଦିନୀ ମିଶ୍ରଙ୍କ ପରଲୋକ ଘଟିଛି। ଶନିବାର ସକାଳେ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ସ୍ନାୟବିକ ସମସ୍ୟା ଯୋଗୁ ଚିକିତ୍ସାଧୀନ ଥିଲେ। ତାଙ୍କ ପରଲୋକ ଖବର ପାଇ ୟୁନିଟ୍-୮ସ୍ଥିତ ବାସଭବନରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପରିବାର ଓ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ବଡ଼ପୁଅ ଅଭିମନ୍ୟୁ ମିଶ୍ର ମୁଖାଗ୍ନି ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କ ସହଧର୍ମିଣୀ ତଥା ପୁରୁଣା ଭୁବନେଶ୍ବରର ବିଶିଷ୍ଟ ପଣ୍ଡିତ କୁଳମଣି ଦାଶଙ୍କ ଝିଅ କୁମୁଦିନୀ ମିଶ୍ର ନାରୀସେବା ସଂଘ ଛଡ଼ା ବାରବାଟି ଯୋଗ ଆସୋସିଏସନ୍ ଏବଂ ଓଡ଼ିଶା ପ୍ରଦେଶ ମହିଳା ସମିତିର ସଭ୍ୟା ଥିଲେ।
ସମାଜସେବୀ କୁମୁଦିନୀ ମିଶ୍ରଙ୍କ ପରଲୋକ
Advertisment
Follow Us