Deccan Herald
ଭୁବନେଶ୍ବର : ପ୍ରଥମେ ବନ୍ଧୁତା, ପ୍ରେମ ଓ ତା ପରେ ଦୁଷ୍କର୍ମ। ସହକର୍ମୀଙ୍କ ସହ ଦୁଇ ବର୍ଷର ବନ୍ଧୁତା ପରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସଫ୍ଟୱେୟର ଇଞ୍ଜିନିୟର। ଗିରଫ ଇଞ୍ଜିନିୟର ହେଲେ ୟୁନିଟ୍-୬ ଅଞ୍ଚଳର ସୁନୀଲ ତ୍ରିପାଠୀ। ଗତକାଲି ବିଳମ୍ବିତ ରାତିରେ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସୁନୀଲକୁ ଗିରଫ କରିଥିଲା। ଉଭୟ ଅଭିଯୋଗକାରିଣୀ ଯୁବତୀ ଓ ସୁନୀଲର ଡାକ୍ତରୀମାଇନା କରିଥିଲା। ଅଧରାତିରେ ସୁନୀଲକୁ କୋର୍ଟଚାଲାଣ କରିଥିଲା ପୁଲିସ। ପୁଲିସ ସୂଚନା ଅନୁସାରେ, ଯୁବତୀ ଜଣଙ୍କ ହେଲେ ସୁନୀଲର ସହକର୍ମୀ। ସେମାନଙ୍କ ଭିତରେ ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କ ରହିଥିଲା। ଗତକାଲି ସନ୍ଧ୍ୟାରେ ଯୁବତୀଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ସୁନୀଲ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ପୁଲିସ ତଦନ୍ତ କରିବା ସହ ସୁନୀଲକୁ ଗିରଫ କରିଥିଲା। ଏ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି।
Follow Us