ମୃତ୍ତିକା ସ୍ବାସ୍ଥ୍ୟ ସ୍ଥିତି ସମ୍ବନ୍ଧୀୟ ପରାମର୍ଶ ସମ୍ମିଳନୀ: ରସାୟନର ବ୍ୟବହାର ମୃତ୍ତିକା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

Advertisment
ମୃତ୍ତିକା ସ୍ବାସ୍ଥ୍ୟ ସ୍ଥିତି ସମ୍ବନ୍ଧୀୟ ପରାମର୍ଶ ସମ୍ମିଳନୀ: ରସାୟନର ବ୍ୟବହାର ମୃତ୍ତିକା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଭୁବନେଶ୍ବର: ଜମିରେ ଅତ୍ୟଧିକ ରାସାୟନିକ ବ୍ୟବହାର ମୃତ୍ତିକା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ମଣିଷ ଚାଷ ନାଁରେ ମାଟିରେ ବିଷ ପ୍ରଯୋଗ କରି ଏହାର ଉର୍ବରତାକୁ ନଷ୍ଟ କରିବାରେ ଲାଗିଛି। କେବଳ ଉର୍ବରତ‌ା ନୁହେଁ ଜଳ ଉତ୍ସ, ଜୈବ ସନ୍ତୁଳନ ଓ ବାୟୁ ଉପରେ ପ୍ରତିକୂଳ ପ୍ରଭାବ ମଧ୍ୟ ପକାଉଛି। ତେଣୁ ରସାୟନ ଓ ଔଷଧ ବଦଳରେ ଦେଶୀ ପଦ୍ଧତିରେ ଚାଷ କରାଗଲେ ଉଭୟ ମଣିଷ ଓ ମାଟିର ସ୍ବାସ୍ଥ୍ୟ ରକ୍ଷା ହୋଇପାରିବ। ଗ୍ରିନ୍‌ପିସ୍ ଇଣ୍ଡିଆ ପକ୍ଷରୁ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଅନୁଷ୍ଠିତ ମୃତ୍ତିକା ସ୍ବାସ୍ଥ୍ୟ ସ୍ଥିତି ସମ୍ବନ୍ଧୀୟ ସମ୍ମିଳନୀରେ ଅତିଥିମାନେ ଏପରି ମତ ଦେଇଛନ୍ତି।

ଆଜିର ଏହି ସମ୍ମିଳନୀରେ ଗ୍ରିନ୍‌ପିସ୍ ଇଣ୍ଡିଆର ବରିଷ୍ଠ ସଦସ୍ୟ ଇସ୍ତେୟାକ ଅହମ୍ମଦ, ପ୍ରଫେସର୍‌ ରାଧାମୋହନ, ଓୟୁଏଟିର ମୃତ୍ତିକା ବିଶେଷଜ୍ଞ ପ୍ରଫେସର କେ‌କେ ରାଉତ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ମହିଳା ଶ୍ରମଜୀବୀ ମଞ୍ଚର ସଦସ୍ୟ ଅରୁଣ ଦେହୁରୀ ଓ ଶିଶିର ପରିଜା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଚାଷୀ, କୃଷି ବ‌ିଶେଷଜ୍ଞ, ସଂପୃକ୍ତ ସରକାରୀ ଅଧିକାରୀ, ସିଏସ୍‌ଓ ପ୍ରତିନିଧି ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe