ରାସ୍ତା ନିର୍ମାଣ ପାଇଁ ମାଟି ମିଳୁନି

Advertisment

ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଲେ ବିଧାୟକ

ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଲେ ବିଧାୟକ

ରାସ୍ତା ନିର୍ମାଣ ପାଇଁ ମାଟି ମିଳୁନି

Dream Civil

ବାଲିଅନ୍ତା ବଜାର: ନହରକଣ୍ଟା କାଚେରାମାଳଠାରୁ ବାଲିଅନ୍ତା ସାଇଫନ୍ ବଜାର ପର୍ଯ୍ୟନ୍ତ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ନବୀକରଣ କାମ ଚାଲିଛି। ମାତ୍ର ମାଟି ମିଳୁ ନଥିବାରୁ ଏହି କାମ ବିଳମ୍ବିତ ହେଉଛି। ଏମିତିକି ମାଟି ମିଳୁ ନଥିବାରୁ ପ୍ରାୟ ଗୋଟିଏ ସପ୍ତାହ ହେଲା ନିର୍ମାଣ କାମ ଠପ୍‌ ହୋଇଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେଲେ, ଧାର୍ଯ୍ୟ ସମୟରେ ନିର୍ମାଣ କାମ ସରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ୭ କିମି ରାସ୍ତାର ପ୍ରଶସ୍ତୀକରଣ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଠିକା ସଂସ୍ଥା ବି କାମ ଆରମ୍ଭ କରିସାରିଛି। ମାତ୍ର ଏବେ କାମ ବନ୍ଦ ହୋଇଥିବା ଖବର ପାଇ ବିଧାୟକ ଅରବିନ୍ଦ ଢାଲି ସେଠାରେ ପହଞ୍ଚିଥିଲେ। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀ, ସହକାରୀ ଯନ୍ତ୍ରୀ ଭୀମସେନ ବେହେରା ଉପସ୍ଥିତ ଥିଲେ।

ଆଲୋଚନା ବେଳେ ମାଟି ଅଭାବ କଥା ଉଠାଇଥିଲା ଠିକା ସଂସ୍ଥା। ମାଟି ଆଣୁଥିବା ଗାଡ଼ିକୁ ତହସିଲ ପ୍ରଶାସନ ଜରିମାନା କରୁଥିବାରୁ କେହି ମାଟି ଯୋଗାଉନାହାନ୍ତି ବୋଲି ଠିକାସଂସ୍ଥା କହିଥିଲା। ଏନେଇ ବିଧାୟକ ଶ୍ରୀ ଢାଲି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଫୋନ୍‌ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଠିକା ସଂସ୍ଥାକୁ ମାଟି କିଣିବା ପାଇଁ ତହସିଲ ପ୍ରଶାସନ ସୁଯୋଗ ଦେବାକୁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହାପରେ ବିଧାୟକ ବାଲିପାଟଣା ତହସିଲଦାରଙ୍କ ସହ ଏନେଇ ଆଲୋଚନା କରିଥିଲେ। ତେଣୁ ମାଟି ଅଭାବ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe