ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗ: ଦୁର୍ବାର ଆନ୍ଦୋଳନ ପାଇଁ ସଜବାଜ, ମୁଣ୍ଡ ଟେକିଲା ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ

Advertisment

ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ବିରୋଧରେ ସ୍ବର ଶାଣିତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି।

ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ବିରୋଧରେ ସ୍ବର ଶାଣିତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି।

hfhffh

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ବିରୋଧରେ ସ୍ବର ଶାଣିତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି। ରାଜ୍ୟ ସରକାର ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଜ ନିଷ୍ପତ୍ତିରୁ ନ ଓହରନ୍ତି ତେବେ ଦୁର୍ବାର ଆନ୍ଦୋଳନ ହେବ। ଦରକାର ପଡ଼ିଲେ ରକ୍ତାକ୍ତ ସଂଘର୍ଷ କରାଯିବ ବୋଲି ଗାଡ଼କଣ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି। ଏହାରି ଭିତରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାକୁ ଆଜି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଗଠନ ହୋଇଛି। ଓଡ଼ିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ଅଭିଭାବକ ସଂଘ, ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ନେଇ ସୈନିକ ସ୍କୁଲ ନିକଟ ଦାଶରଜା ମନ୍ଦିର ପ୍ରାଙ୍ଗଣରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଗୁରୁତ୍ୱପୂର୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଅଭିଯାନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ମୁଣ୍ଡ ଟେକିଲା ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ
୨୧ ଜଣଙ୍କୁ ନେଇ ଗଢ଼ା ହେଲା କ୍ରିୟାନୁଷ୍ଠାନ କମିଟି
ରକ୍ତାକ୍ତ ସଂଘର୍ଷ ପାଇଁ ଆଞ୍ଚଳିକ ସୁରକ୍ଷା ମଞ୍ଚର ଡାକରା

ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ହେଉଛି ସୈନିକ ସ୍କୁଲ। ଓଡ଼ିଶା ତଥା ଦେନଶର ଗର୍ବ ଗୌରବ ଭାବେ ପରିଚିତ ଏହି ସ୍କୁଲ ୧୯୬୨ରେ ପ୍ରତିଷ୍ଠା ହେବା ସହ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଛି। ଅନେକ ବରିଷ୍ଠ ସେନାଧିକାରୀ, ଆଇଏଏସ, ଆଇପିଏସ, ଆଇଏଫଏସ, ରାଜନେତା ସୃଷ୍ଟି କରିବାର ଗୌରବ ବହନ କରୁଛି। ବର୍ତ୍ତମାନର ସରକାର ରାସ୍ତା ସମ୍ପ୍ରସାରଣ ଆଳରେ ସରକାର ସୈନିକ ସ୍କୁଲ ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆଦୌ ଠିକ୍‌ ନୁହେଁ। ୪ ଥାକିଆ ରାସ୍ତା ନିର୍ମାଣ କରିବାକୁ ପର୍ଯ୍ୟାପ୍ତ ଜାଗା ରହିଥିବା ବେଳେ କାହା ସ୍ବାର୍ଥରେ ସମ୍ପୂର୍ଣ୍ଣ ସ୍କୁଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ତାହାକୁ ନେଇ ଅଭିଯାନର ସଦସ୍ୟମାନେ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ନିଷ୍ପତ୍ତି ବାତିଲ୍‌ କରିବାକୁ ମୁଖ୍ୟମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ  କରାଯାଇଛି l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶତାଧିକ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି। ଯାହାକି ଏକ ଐତିହ୍ୟ ସ୍ଥଳୀ ସଦୃଶ। ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବମୟ ଅନୁଷ୍ଠାନର ସ୍ଥାନାନ୍ତରଣକୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି। ରାସ୍ତା ସମ୍ପ୍ରସାରଣ ବଦଳରେ ଓଭରବ୍ରିଜ୍‌ ଭଳି ବିକଳ୍ପ ପ୍ରସ୍ତାବ ରହିଥିଲେ ମଧ୍ୟ ପୂର୍ତ୍ତ ବିଭାଗର ବାବୁମାନେ କାହିଁକି ଏତେ ଚାପ ପକାଉଛନ୍ତି ତାହା ବୁଝାପଡ଼ୁ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ସୈନିକ ସ୍କୁଲ ସ୍ଥାନାନ୍ତରଣକୁ ଜୋରଦାର ବିରୋଧ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆଗାମୀ କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ପରବର୍ତୀ ପଦକ୍ଷେପ ସଂକ୍ରାନ୍ତରେ ନିଷ୍ପତି ନେବାକୁ ଆଜି ଏକ ୨୧ ଜଣିଆ ଷ୍ଟିଆରିଙ୍ଗ କମିଟି ଗଠନ ହୋଇଛି। ପୂର୍ବରୁ ଡର୍ମ୍ପିଂୟାର୍ଡ ସ୍ଥାନାନ୍ତର କରିବାକୁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇପାରି ନାହିଁ। ନି l ଏବେ ଅଂଚଳ ର ଗର୍ବ ଗୌରବ କି ଉଠେଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ସମସ୍ତ ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଆଗାମୀ ଦିନରେ ଏକାଠି ହେବାକୁ ବୈଠକରେ ସ୍ଥିର ହୋଇଛି। ସୁବ୍ରତ ସାହୁଙ୍କ ସଂଯୋଜନା‌ରେ ଗଠିତ କମିଟିରେ ଗାଡ଼କଣ, ରଙ୍ଗମାଟିଆ, ଆଚାର୍ଯ୍ୟବିହାର, ଭିଏସଏସ ନଗର, ଡମଣା, ବାଣୀବିହାର ଆଦି ଅଞ୍ଚଳର ମୁରବି ଓ ବୁଦ୍ଧିଜୀବୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ମନୋଜ ଜେନା, ଚିନ୍ତାମଣି ବାରିକ, ଛବି ଜେନା, ଆଶୁତୋଷ ମିଶ୍ର, ସରୋଜ ସାହୁ, ସିଧେଶ୍ୱର ନାୟକ, ଲକ୍ଷ୍ମୀ ନନ୍ଦ, ଯୁବରାଜ ସେନାପତି, ସୁଶାନ୍ତ ପାଇକରାୟ, ରିତା ରାଉତରାୟ, ମେଘନା ମିଶ୍ର, ପ୍ରତାପ ସାହୁ, ପ୍ରଦୀପ ସାହୁ ଆଦି କମିଟିରେ ସ୍ଥାନ ପାଇଛନ୍ତି। ଯେପର୍ଯ୍ୟନ୍ତ ନିଷ୍ପତ୍ତି ପ୍ରତ୍ୟାହାର ନ ହୋଇଛି ସେପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ଚାପ ପ୍ରୟୋଗ କରାଯିବ ବୋଲି ଘୋଷଣା ହୋଇଛି। ଏଥିସହ ଅଳିଆଗଦା ଉଠାଇବା ଦିଗରେ ଜୋରଦାର ଉଦ୍ୟମ କରାଯିବ ବୋଲି ଆଜିର ବୈଠକରେ ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe