ସାମାଜିକ କାର୍ଯ୍ୟରେ ସମର୍ପିତ ସୋମ

Advertisment
ସାମାଜିକ କାର୍ଯ୍ୟରେ ସମର୍ପିତ ସୋମ

ଭୁବନେଶ୍ବର: କେବଳ ବହି ପଢ଼ିଲେ ଉତ୍ତମ ବ୍ୟକ୍ତିତ୍ବ ସୃଷ୍ଟି ହୋଇପାରିବ ନାହିଁ। କୈଶୋର ଓ ଯୁବାବସ୍ଥାରେ ମୌଳିକ ବିଚାରଧାରା, ଅନୁଶାସନ, ସାଧାରଣ ଜ୍ଞାନ, ସମାଜିକ କର୍ତ୍ତବ୍ୟ ଆଦି ବିଷୟରେ ପିଲାଙ୍କ ମନରେ ଅଙ୍କୁରୋଦ୍‌ଗମ କରିପାରିଲେ ହିଁ ଉତ୍ତମ ବ୍ୟକ୍ତିତ୍ବ ଗଠନ ସମ୍ଭବପର ହୋଇପାରିବ। ଏଭଳି ଲକ୍ଷ୍ୟ ନେଇ ନିଜକୁ ସାମାଜିକ କାର୍ଯ୍ୟରେ ସମର୍ପିତ କରିଛନ୍ତି ନୟାଗଡ଼ାର ସୋମ ରୟ। ଓଡ଼ିଶାର କୋଣ ଅନୁକୋଣରେ ଗାଁରୁ ଗାଁ, ସହରରୁ ସହର ବୁଲି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରୁଛନ୍ତି। ଆଜିର ଯୁବପିଢ଼ି ଡିଜିଟାଲ ଦୁନିଆକୁ ଆପଣାଇ ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରତି ଅନାଗ୍ରହ ପ୍ରଦର୍ଶନ ଦ୍ବାରା ସମାଜର କିପରି ଚାତିତ୍ରିକ ଅଧ୍ୟପତନ ଘଟୁଛି ସେସମ୍ପର୍କରେ ଗଳ୍ପ ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝା‌ଉଛନ୍ତି।

ପରିବର୍ତ୍ତିତ ସମାଜ ଓ ବର୍ତ୍ତମାନ ସମୟର ବ୍ୟବସ୍ଥା ଭିତରେ ନୈତିକତା ଶିକ୍ଷା‌ ଯୋଗାଇ ଦେବାକୁ ୨୦୧୦ରୁ ଗୁଣ୍ଡୁଚି ମୂଷା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ସୋମ। ନୟାଗଡ଼ ଜିଲ୍ଲ‌ା ହାଟଦୁଆ ଗ୍ରାମର ସୋମ ଦର୍ଶନ ଶାସ୍ତ୍ରରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ମୁମ୍ବାଇରେ ବିଭିନ୍ନ ସଂସ୍ଥା ସହିତ ମିଶି କାର୍ଯ୍ୟ କରିଥିଲେ। ସେଠାରେ ୫ବର୍ଷ କାମ କରିବା ପରେ ସେ ଓଡ଼ିଶା ଫେରି ଏକ କମ୍ପ୍ୟୁଟର୍‌ ସେଣ୍ଟର୍‌ ଖୋଲିଥିଲେ। ନୂତନ ପିଢ଼ିର ଛାତ୍ରଛାତ୍ରୀ ଓ ଯୁବକଙ୍କୁ ସଂସ୍କାରୀ କରିବା, ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଜାଗ୍ରତ କରାଇବାକୁ ଅଣ୍ଟା ଭିଡ଼ିଥିଲେ। ବିଭିନ୍ନ ସ୍କୁଲ ଓ କଲେଜରେ ବ୍ୟକ୍ତିତ୍ବ ବିକ‌ାଶ କାର୍ଯ୍ୟକ୍ରମ କରି କାହାଣୀ ଓ ଗପ ମାଧ୍ୟମରେ ପିଲାଙ୍କ ମାନସିକତାକୁ ପରିବର୍ତ୍ତନ କରିବାରେ ଲାଗି ପଡ଼ିଥିଲେ। ଜଣଙ୍କ ପରେ ଆତ୍ମବିଶ୍ବାସମ୍ପନ୍ନ ବ୍ୟକ୍ତି ତିଆରି କରିବାରେ ସଫଳ ହେବାରୁ ତାଙ୍କ ମନୋବଳ ବଢ଼ିବାରେ ଲାଗିଥିଲା।

୧୧ବର୍ଷ ହେଲା ସେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ସଚେନତ କରାଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ଶୁଭେଚ୍ଛା ମଧ୍ୟ ପାଇଛନ୍ତି, ଯାହାକି ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି। ସୋମ କୁହନ୍ତି, ଛାତ୍ରଛାତ୍ରୀଙ୍କ ଉଗ୍ର ଆଧୁନିକ ଯୁଗର ଚାଲିଚଳଣି ପ୍ରତି ଅହେତୁକ ଆଗ୍ରହ ଓ ଅନେକ ବ୍ୟକ୍ତିବିଶେଷଙ୍କର ଆମ ସଂସ୍କୃତି ପରମ୍ପରା ପ୍ରତି ଅନାଗ୍ରହ ପ୍ରଦର୍ଶନ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚାରିତ୍ରିକ ଅଧୋପତନର ପ୍ରମୁଖ କାରଣ ପାଲଟିଛି। ଯଦି ଏଥିପ୍ରତି ସମାଜ, ପ୍ରଶାସନ ଓ ବୁଦ୍ଧିଜୀବୀ ଧ୍ୟାନ ଆକର୍ଷଣ ନ କରିବେ, ଭବିଷ୍ୟତର ସମାଜ ବିଶୃଙ୍ଖଳିତ ହୋଇଯିବ। ମହାମନୀଷିଙ୍କ ଚାରିତ୍ରିକ ଉଦାହରଣ ମାଧ୍ୟମରେ ଆମ ସଂସ୍କୃତିର ବାସ୍ତବତା ଓ ପରମ୍ପରାର ନିର୍ଯ୍ୟାସ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରୁଛି। ଏହା ଭିତରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe