ଶ୍ବଶୁରଙ୍କ ବାଇକ୍‌ ‌ଚୋରି କରି ଜ୍ବାଇଁ ଗିରଫ, ବାଇକ୍‌ ଜବତ

Advertisment
ଦୁଷ୍କର୍ମ ପରେ ମହିଳାଙ୍କୁ ଫିଙ୍ଗିଦେବା ଘଟଣା: ଜଣେ ଅଟକ

ଭୁବନେଶ୍ବର: ଶ୍ବଶୁରଙ୍କ ବାଇକ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜ୍ବାଇଁକୁ ଗିରଫ କରିଛି। ପୁଲିସ୍‌ ତା’ଠାରୁ ବାଇକ୍‌ ଜବତ କରିଛି। ସେ ହେଲେ, ଜଟଣୀ ହାଟବଜାର ଅଞ୍ଚଳର ପି. ବସନ୍ତ କୁମାର(୩୯)। ପୁଲିସ ସୂଚନା ମୁତାବକ, ୨୦୧୩ ମସିହାରେ ବସନ୍ତ ସାଇନ୍ସପାର୍କସ୍ଥିତ ଶ୍ବଶୁର ଘରକୁ ଆସିଥିଲେ। ଏହି ସମୟରେ ସୁଯୋଗ ପାଇ ସେ ଶ୍ବଶୁରଙ୍କ ବାଇକ୍‌ ନେଇ ପଳାଇଥିଲେ। ଆଉ ଗାଡ଼ି ଫେରାଇ ନଥି‌େଲ। ଗାଡ଼ି ଫେରାଇବା ପାଇଁ କହିବାରୁ ପାଲଟା ଧମକଚମକ ଦେଇଥିଲେ। ଏନେଇ ବସନ୍ତଙ୍କ ପତ୍ନୀ ପି ରେଣୁ ଡେରା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe