ଶ୍ବଶୁରଙ୍କୁ ଛୁରି ଭୁସି ଜ୍ବାଇଁ ଗିରଫ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ଭୁବନେଶ୍ୱର : ପାରିବାରିକ କଳହକୁ କେନ୍ଦ୍ର କରି ଶ୍ବଶୁରଙ୍କୁ ଛୁରି ଭୁସି ଦେଇଛି ଜ୍ବାଇଁ। ଆଜି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଆହତ ଶ୍ବଶୁରଙ୍କୁ ସଙ୍କଟାପନ୍ନ ଅବସ୍ଥ‌ାରେ କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଫେରାର୍‌ ହେବା ପୂର୍ବରୁ ଜ୍ବାଇଁକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଅଭିଯୁକ୍ତ ହେଲେ ଭୁବନେଶ୍ବର କୁଳିସାହିରେ ରହୁଥିବା ଜଙ୍କିଆ ସିକୋ ଅଞ୍ଚଳର ସଦାନନ୍ଦ ମାହାର। ଆହତ ଶ୍ବଶୁର ହେଉଛନ୍ତି ଖୋର୍ଦ୍ଧା ବାଲୁଗାଁ ବ୍ରହ୍ମକୁଶଡିହା ଗାଁର ରମେଶ ନାୟକ।

ସୂଚନା ମୁତାବକ ୫ମାସ ତଳେ ରମେଶଙ୍କ ଝିଅ ନନ୍ଦିନୀଙ୍କୁ ସଦାନନ୍ଦ ବିବାହ କରିଥିଲା। ଆଜି ଝିଅ ନନ୍ଦିନୀଠାରୁ ଫୋନ୍‌ କଲ୍‌ ପାଇବା ପରେ ରମେଶ ଓ ତାଙ୍କ ପତ୍ନୀ ବୈଦେହୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳ କୁଳିସାହିରେ ରହୁଥିବା ଝିଅ ଜ୍ବାଇଁଙ୍କ ପାଖକୁ ଆସିଥିଲେ। କୌଣସି କାରଣରୁ ସେଠାରେ ଶ୍ବଶୁର ଓ ଜ୍ବାଇଁ ମୁହାଁମୁହିଁ ହୋଇଥିଲେ। ରାଗରେ ସଦାନନ୍ଦ ଶ୍ବଶୁର ରମେଶଙ୍କୁ ଗାଳିଗୁଲଜ କରିବା ସହ ଛୁରି ଭୁସି ଦେଇଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ରମେଶଙ୍କୁ ଉଦ୍ଧାର କରି ହସ୍‌ପିଟାଲ ନେବା ସହ ସଦାନନ୍ଦକୁ ଗିରଫ କରିଥିଲା। ତା’ ଠାରୁ ଆକ୍ରମଣରେ ବ୍ୟବହୃତ ଛୁରିକୁ ମଧ୍ୟ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe