thehumornation.com
କରୋନା ସଂକ୍ରମଣ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି। କୁହାଯାଉଛି ଯେ କରୋନା ସଂକ୍ରମଣରୁ ବର୍ତିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ନିତାନ୍ତ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସୋନାଲି ବେନ୍ଦ୍ରେ କରୋନା ସହ ଲଢ଼ିବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ପାଇବା ପାଇଁ କିଛି ଟିପ୍ସ ଦେଇଛନ୍ତି। କ୍ୟାନସର ଭଳି ବ୍ୟାଧି ସହ ଲଢ଼ିବା ବେଳେ ଏହି ରୋଗ ପ୍ରତିରୋଧକ ଶକ୍ତି କିଭଳି ତାଙ୍କୁ ସହାୟକ ହୋଇଥିଲା ସେ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେ ଏନେଇ ଏକ ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି ଆମେ ଗରମ ପାଣିର ବାମ୍ପକୁ ନାକ ବାଟେ ଗ୍ରହଣ କରିବା। ଦ୍ବିତୀୟଟି ହେଉଛି, ୧ ଗ୍ଲାସ ଗରମ ପାଣି ପିଇବା। ତୃତୀୟରେ ପାଳଙ୍ଗ, ଅଖରୋଟ, ଅଁଳା, ଗାଜର, ହଳଦୀ, ଅଦା, ବାଦାମ, ଡାଲଚିନି ଓ ବ୍ଲୁ-ବେରିର ସେକ କିମ୍ବା ଜୁସ କରି ପିଇବା। ଏହି କଠିନ ସମୟରେ ଆମେ ସମସ୍ତେ ଜାଣିଛେ ଯେ ରୋଗ ପ୍ରତିରୋଧକ ଶକ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ। କ୍ୟାନସର ଭଳି ବ୍ୟାଧିରେ ଆକ୍ରାନ୍ତ ହେବା ପରେ ମୁଁ ମୋର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଅନେକ ଗବେଷଣା କଲି। ଶେଷରେ ଏହି ୩ଟି ପନ୍ଥା ଆପଣାଇଲି। ଏବେ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଏପରିକି କେମୋଥେରାପି ସମୟରେ ଏହି ରୋଗ ପ୍ରତିରୋଧକ ଶକ୍ତି ପାଇଁ ମୁଁ କେବେ ସଂକ୍ରମଣର ଶିକାର ହୋଇନାହିଁ ବୋଲି ସେ ଭିଡିଓରେ ଦର୍ଶାଇଛନ୍ତି।
Follow Us