ସୋନୁଙ୍କ ଜୀବନ ପ୍ରତି ବିପଦ, ଚାଲିଛି ହତ୍ୟା ଷଡ଼ଯନ୍ତ୍ର

ସୋନୁଙ୍କ ଜୀବନ ପ୍ରତି ବିପଦ, ଚାଲିଛି ହତ୍ୟା ଷଡ଼ଯନ୍ତ୍ର

ବଲିଉଡ ଜଗତର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଜୀବନ ପ୍ରତି ରହିଛି ବିପଦ। ମିଳିଥିବା ସୂଚନା ମୁତାବକ, ସୋନୁ ନିଗମଙ୍କ ଜୀବନ ପ୍ରତି ବିପଦ ଥିବା ଖବର ପ୍ରଘଟ ହେବା ପରେ ପରେ ସୋନୁଙ୍କ ସୁରକ୍ଷା ନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ତେବେ ମହାରାଷ୍ଟ୍ରର ଗୁଇନ୍ଦା ବିଭାଗ କିଛି କଠେରପନ୍ଥୀ ସଂଗଠନ ସୋନୁ ନିଗମଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଚଲାଇଥିବା ନେଇ ପୁଲିସକୁ ସୂଚିତ କରିଛି।

publive-image

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସୋନୁ ନିଗମଙ୍କୁ କୌଣସି ସର୍ବସାଧାରଣ ସ୍ଥାନ କିମ୍ବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ହିଁ ଏହାର ଶିକାର କରିପାରନ୍ତି ବୋଲି ପୁଲିସକୁ ମିଳିଥିବା ସୂଚନାରୁ ଜଣାପଡିଛି। ଯେଉଁଥିପାଇଁ ସୋନୁ ନିଗମଙ୍କ ସୁରକ୍ଷା ଲାଗି ପୁଲିସ ତରଫରୁ ବି ସତର୍କତା ଅବଲମ୍ବନ କରାଯାଇଛି।

publive-image

ଏଠାରେ ଆମେ କହି ରଖୁଛୁ କି, ଗତବର୍ଷ ଗାୟକ ସୋନୁ ନିଗମ ନିଜର ବୟାନ ପାଇଁ ଅଡୁଆରେ ଫସିଥିଲେ। ଯେଉଁଥିରେ ସେ ମସଜିଦରେ ଲଗାଯାଉଥିବା ଲାଉଡ ସ୍ପିକରକୁ ବନ୍ଦ କରିବାକୁ ଦାବି କରିଥିଲେ। ଆଉ ଏହି କାରଣରୁ ହିଁ ତାଙ୍କୁ ବାରମ୍ବାର ମାରି ଦିଆଯିବା ଭଳି ଧମକ ଆସୁଥିଲା। ଏହାଛଡା ସେହି ସମୟରେ ସୋନୁଙ୍କ ବିରୁଦ୍ଧରେ ଫତୱା ମଧ୍ୟ ଜାରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe