ସରି ମମି, ଭୁଲିଯିବୁ ତୋ’ର ଗୋଟିଏ ଝିଅ ଥିଲା...

Advertisment

ଓଭରବ୍ରିଜ୍‌ରୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା

ଓଭରବ୍ରିଜ୍‌ରୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା

ସରି ମମି, ଭୁଲିଯିବୁ ତୋ’ର ଗୋଟିଏ ଝିଅ ଥିଲା...

ଭୁବନେଶ୍ବର: ‘ସରି ମମି। ମୋତେ କ୍ଷମା କରିଦେବୁ। ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି।’ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ନିଜ ରୁମ୍‌ରେ ଏଭଳି କଥାର ଭିଡିଓ ସୁଟ୍‌ କରି ଇନ୍‌ଷ୍ଟାରେ ଛାଡ଼ିଲେ ଏବଂ କିଛି ସମୟ ପରେ ରେଲୱେ ଓଭରବ୍ରିଜ୍‌ରୁ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଶିଶୁଭବନ ଛକ ଫ୍ଲାଏଓଭରରେ। ମୃତ ସାମ୍ବାଦିକା ହେଲେ ଗଞ୍ଜାମ ଜିଲ୍ଲାର ମଧୁମିତା ପରିଡ଼ା(୨୬)। ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ସ୍ବାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ମଧୁମିତା ଆତ୍ମହତ୍ୟା କରିଥିବା ଭାଇରାଲ୍‌ ଭିଡିଓରୁ ଜଣାପଡ଼ିଛି।

ଓଭରବ୍ରିଜ୍‌ରୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା
ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଜବତ
ମୃତ୍ୟୁପଛରେ ସ୍ବାମୀଙ୍କ ଅନୈତିକ ସମ୍ପର୍କ
ଇନ୍‌ଷ୍ଟାରେ ମୃତ୍ୟୁ ପୂର୍ବର ଭିଡିଓ

ଏକ ପୋଟାର୍ଲରେ କାମ କରୁଥିବା ମଧୁମିତା ଗତ ୫ବର୍ଷ ହେବ ସାମନ୍ତରାପୁର ଅଞ୍ଚଳର ଜଣେ ଯୁବକଙ୍କୁ ଭଲପାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେମାନେ ବିବାହ କରିଥିଲେ। ଏହା ଭିତରେ ତାଙ୍କ ସ୍ବାମୀ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ। ଘଟଣା ବେଶୀ ଦିନ ଲୁଚି ନଥିଲା। ସ୍ବାମୀଙ୍କ ପ୍ରେମିକା ଥିଲା ଖୋଦ ମଧୁମିତାଙ୍କର ବାନ୍ଧବୀ। ସ୍ବାମୀଙ୍କ ଅନୈତିକ ସମ୍ପର୍କ ସହି ନପାରି ବୁଧବାର ସନ୍ଧ୍ୟାରେ ସେ ଶିଶୁଭବନ ଓଭରବ୍ରିଜ୍‌ରୁ ରେଳଧାରଣାକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଷ୍ଟେସନ ପଟୁ ଆସୁଥିବା ଏକ ଟ୍ରେନ୍‌ ତାଙ୍କୁ ଭେନସ୍‌ ଇନ୍‌ ହୋଟେଲ୍‌ ରେଳଧାରଣା ପର୍ଯ୍ୟନ୍ତ ଟାଣିନେଇଥିଲା। ଖବର ପାଇ ରେଳବାଇ ଥାନା ପୁଲିସ ସେଠାରେ ପହଞ୍ଚି ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଥିଲା। ଭାଇରାଲ୍‌ ଭିଡିଓରେ ସେ କହିଛନ୍ତି, ‘ମୋ ସ୍ୱାମୀ ମୋତେ ଧୋକ୍କା ଦେଉଛନ୍ତି। ମୋ ସାଙ୍ଗ ସହ ରାତି ଗୋଟାଏ, ଦୁଇଟା ପର୍ଯ୍ୟନ୍ତ ଗପୁଛନ୍ତି। ଏସମ୍ପର୍କରେ ଜାଣିପକାଇବା ସବୁଠୁ ବଡ଼ ଭୁଲ୍‌ ହେଲା। ଯେଉଁଥିପାଇଁ ସେ ମୋତେ ଛାଡ଼ପତ୍ର ଦେବେ ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି। ହେଲେ ସେ ବୁଝୁ ନାହାନ୍ତି। ୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି। ସେଥିପାଇଁ ମୁଁ ଅଫିସ୍‌ ଯାଇପାରୁନି। ଯଦି ଏମିତି କରିବାର ଥିଲା, ତାହା ହେଲେ କାହିଁକି ମୋତେ ବାହା ହେଉଥିଲ?’ ଅନ୍ୟପଟେ ମଧୁମିତାଙ୍କ ସ୍ବାମୀ ଏକ ଭିଡିଓରେ କହିଛନ୍ତି, ‘ମୋର କୌଣସି ଝିଅ ସହ ସମ୍ପର୍କ ନାହିଁ। ମୁଁ ତାକୁ ଧୋକା ଦେଇନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe