ସୌମ୍ୟରଂଜନଙ୍କୁ ଭେଟିଲା ଅଭିଭାବକ ମହାସଂଘ

Advertisment
ସୌମ୍ୟରଂଜନଙ୍କୁ ଭେଟିଲା ଅଭିଭାବକ ମହାସଂଘ

ଭୁବନେଶ୍ବର: ବିଧାନସଭାରେ ଫି’ ରେଗୁଲେଟୋରି କମିଟି (ଏଫ୍‌ଆରସି) ଉପରେ ସ୍ବର ଉତ୍ତୋଳନ କରିଥିବାରୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆଜି ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତା ‘ସମ୍ବାଦ’ ଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌କୁ ନେଇ ମହାସଂଘ ନିଜର ସ୍ବର ଉତ୍ତୋଳନ ଜାରି ରଖିଥିବା ବେଳେ ଶ୍ରୀ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇ ଏହାକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଉପଦେଷ୍ଟା ବିଜୟ କେତନ ନନ୍ଦ, ରସିକ ପଟ୍ଟନାୟକ, ଉପାଧ୍ୟକ୍ଷ ପ୍ରସନ୍ନ ବିଶୋୟୀ, ଭୂମୋହନ ପଟ୍ଟନାୟକ, ଶଙ୍କର ସାମନ୍ତରାୟ, ସ୍ବପ୍ନେନ୍ଦୁ ସାମନ୍ତରାୟ, ସାଧାରଣ ସଂପାଦକ ଅଶୋକ ପାଇକରାୟ ଓ ସଂପାଦକ ପୁଣ୍ୟଶ୍ଳୋକ ମହାନ୍ତି ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe