ଭୁବନେଶ୍ବର : ମଡେଲ୍ ସୌମ୍ୟରଞ୍ଜନ ପାଣୀଗ୍ରାହୀଙ୍କ ମୃତ୍ୟୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ତାଙ୍କ ଆତ୍ମହତ୍ୟା ପଛରେ ଜଣେ ଯୁବତୀଙ୍କ ହାତ ରହିଥିବା ବେଳେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ? ତୁରନ୍ତ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅର୍ନ୍ତଜାତୀୟ ମାନବାଧିକାର ପରିଷଦ ଦାବି କରିଛି। ସୋମବାର ଦିନ ପରିଷଦର ସଭାପତି ସସ୍ମିତା ଦାସଙ୍କ ନେତୃତ୍ବରେ ଏକ ଟିମ୍ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଲିଖିତ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ପରିଷଦ ପକ୍ଷରୁ କୁହାଯାଇଛି ଯେ, ମୃତ ସୌମ୍ୟରଞ୍ଜନ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ସୌମ୍ୟରଞ୍ଜନ ଆତ୍ମହତ୍ୟା ପାଇଁ ଜଣେ ଯୁବତୀଙ୍କ ହାତ ରହିଛି। ସଂପୃକ୍ତ ଯୁବତୀଙ୍କ କଲ ରେକର୍ଡ, ଫଟୋରୁ ପ୍ରେମ ଓ ପ୍ରତାରଣାର ପ୍ରମାଣ ମିଳିଛି। ଏଥିଯୋଗୁଁ ସୌମ୍ୟ ଚରମ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡ଼ିଛି। ତେଣୁ ସମ୍ପୃକ୍ତି ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଷଦ ଅନୁରୋଧ କରିଛି।
ସୌମ୍ୟରଞ୍ଜନ ଆତ୍ମହତ୍ୟା ଘଟଣା: ସିପିଙ୍କୁ ଭେଟିଲା ଅର୍ନ୍ତଜାତୀୟ ମାନବାଧିକାର ପରିଷଦ
Advertisment
Follow Us