ଥାନାରେ ଲାଗିଲା ଏସିପି ଓ ଇନ୍ସପେକ୍ଟରଙ୍କ ମୋବାଇଲ ନମ୍ବର : ଅଭିଯୋଗକାରୀ ଏଣିକି ସିଧା ସଳଖ କରିବେ ଯୋଗାଯୋଗ

ଥାନାରେ ଲାଗିଲା ଏସିପି ଓ ଇନ୍ସପେକ୍ଟରଙ୍କ ମୋବାଇଲ ନମ୍ବର : ଅଭିଯୋଗକାରୀ ଏଣିକି ସିଧା ସଳଖ କରିବେ ଯୋଗାଯୋଗ

ଭୁବନେଶ୍ବର : ବହୁ ଦିନର ଅପେକ୍ଷା ପରେ ଆଜି ରାଜଧାନୀର ସମସ୍ତ ଥାନା ସମ୍ମୁଖରେ ଲାଗିଛି ଇନ୍ସପେକ୍ଟର, ଏସିପି ଓ ଡିସିପିଙ୍କ ମୋବାଇଲ ଫୋନ ନମ୍ବର। ଅଭିଯୋଗକାରୀ ଏଥର ସିଧା ସଳଖ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରି ନିଜ ଅସୁବିଧା ସମ୍ପର୍କରେ ଅବଗତ କରାଇବେ। ଏପରିକି କେହି ତାଙ୍କୁ ଥାନାରେ ହଇରାଣ କଲେ କିମ୍ବା ତାଙ୍କ ଅଭିଯୋଗ ଶୁଣୁ ନ ଥିଲେ ଅଭିଯୋଗକାରୀ ଚାହିଁଲେ ସିଧା ସଳଖ ଏସିପି କିମ୍ବା ଡିସିପିଙ୍କୁ ଯୋଗାଯୋଗ କରି ନିଜ ଅଭିଯୋଗ ଜଣାଇ ପାରିବେ।

ଆଜି ଏ ସମ୍ପର୍କରେ ସୂଚନା ଦେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ବିଭାଗରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ଥାନା ସମ୍ମୁଖରେ ପୁଲିସ ଅଧିକାରୀଙ୍କ ମୋବାଇଲ ଫୋନ୍ ନମ୍ବର ଲଗାଇବାକୁ ଯୋଜନା କରିଥିଲି। ଏହା ଦ୍ବାରା ସାଧାରଣ ଲୋକ ଅନେକ ଉପକୃତ ହେବେ। ଏପରିକି ଯଦି କେହି ଫୋନ୍‌ ନ ଉଠାନ୍ତି ସେମାନେ ଚାହିଁଲେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇ ପାରିବେ। ଏହା ଛଡ଼ା ଅନେକ ସମୟରେ ଅଭିଯୋଗକାରୀ ଗୋଟିଏ ସ୍ଥାନର ଘଟଣା ଘଟିଥିଲେ ଅନ୍ୟ ଥାନାକୁ ଯାଇ ଅଭିଯୋଗ କରିଥାନ୍ତି। ଏବେ ସେଭଳି ସମସ୍ୟା ଆଉ ରହିବ ନାହିଁ। ସେହି ହୋର୍ଡିଂରୁ ଅଭିଯୋଗକାରୀ ଅନ୍ୟ ଥାନା ଇନ୍ସପେକ୍ଟର ଓ ଏସିପିଙ୍କ ନମ୍ବର ମଧ୍ୟ ସଂଗ୍ରହ କରି ପାରିବ। ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ସେହି ନମ୍ବରରେ ହ୍ବାଟ୍‌ସଆପ ମଧ୍ୟ ଅଛି। ଅଭିଯୋଗକାରୀ ଚାହିଁଲେ ସେହି ନମ୍ବରକୁ ଅଭିଯୋଗପତ୍ର ଓ ଫଟୋ ଆଦି ପଠାଇ ପାରିବେ। ବଡ଼ କଥା ହେଉଛି ଥାନା ଇନ୍ସପେକ୍ଟର, ଏସିପି କିମ୍ବା ଡିସିପି ବଦଳି ଗଲେ ମଧ୍ୟ ନମ୍ବରରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe