ଭୁବନେଶ୍ବରରେ ଇସ୍କନ୍‌ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Advertisment
ଭୁବନେଶ୍ବରରେ  ଇସ୍କନ୍‌ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଇସ୍କନ ପକ୍ଷରୁ କରାଯାଉଥିବା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଆର୍‌ପି ଛକରୁ ଗାଡ଼ି ଅଟକାଯାଇ ସିଆର୍‌ପି ଛକରୁ ଏକାମ୍ରକାନନ ଦେଇ ଜୟଦେବବିହାରକୁ ଛଡ଼ା ଯିବାର ବ୍ୟବସ୍ଥ‌ା କରାଯାଇଛି। ଏହାସହ ରଥ ସୁରକ୍ଷା ପାଇଁ ତିନି ରଥ ପାଇଁ ତିନି ଏସିପି ପାହ୍ୟାର ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ପ୍ରତି ରଥ ଭିତର ଓ ବାହାର କର୍ଡନ ରହିବ। ପ୍ରତି କର୍ଡନରେ ଜଣେ ଲେଖାଏଁ ଇନ୍ସପେକ୍ଟର ରହିବେ।

ମା’ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ଜଣେ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ ସଂପୂର୍ଣ୍ଣ ରଥଯାତ୍ରାର ସୁରକ୍ଷାରେ ଦାୟିତ୍ବରେ ରହିବେ। ୩ ଜଣ ଏସିପି, ୭ଜଣ ଇନ୍ସପେକ୍ଟର, ୨୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୮ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୪୦ ଜଣ ମହିଳା କନେଷ୍ଟବଳ, ୬ଜଣ ହୋମଗାର୍ଡ ରଥଯାତ୍ରା ଡ୍ୟୁଟିରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe