ନିର୍ମାଣ ଓ ଭଗ୍ନାବଶେଷ ପରିଚାଳନା ପାଇଁ ସ୍ବତନ୍ତ୍ର ଅଭିଯାନ

Advertisment

୭୬ ଟ୍ରିପ୍‌ ନିର୍ମାଣ ସାମଗ୍ରୀ ଉଠାଇ ନେଲା ବିଏମ୍‌ସି, ୭୧ ହଜାର ଜରିମାନା ଆଦାୟ

୭୬ ଟ୍ରିପ୍‌ ନିର୍ମାଣ ସାମଗ୍ରୀ ଉଠାଇ ନେଲା ବିଏମ୍‌ସି, ୭୧ ହଜାର ଜରିମାନା ଆଦାୟ

ନିର୍ମାଣ ଓ ଭଗ୍ନାବଶେଷ ପରିଚାଳନା ପାଇଁ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାସ୍ତା ଓ ନାଳ କଡ଼ରେ ଲୋକେ ଯେପରି ଇଟା, ବାଲି, ଗୋଡ଼ି ପରି ନିର୍ମାଣ ସାମଗ୍ରୀ ଗଦା ନ କରିବେ, ସେଥିପାଇଁ ବିଏମ୍‌ସି ଆଜି ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏଭଳି ନିର୍ମାଣ ସାମଗ୍ରୀ କରୁଥିବା ଲୋକଙ୍କଠାରୁ ଆଜି ପ୍ରଥମ ଦିନରେ ୭୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୭୬ଟ୍ରିପ୍‌ ନିର୍ମାଣ ସାମଗ୍ରୀ ଉଠାଇ ନିଆଯାଇଛି।

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଏମ୍‌ସିର ଏହି ଅଭିଯାନ ଚାଲିବ। ଏଥିରେ ଲୋକଙ୍କୁ ସଚେତନ କରାଯିବା ସହ ଆବଶ୍ୟକସ୍ଥଳେ ଜରିମାନା ଆଦାୟ କରାଯିବ। ଆଜି ୧୦ଟି ୱାର୍ଡରେ ବିଏମ୍‌ସି ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଥିବା କହିଛନ୍ତି ଡେପୁଟି କମିସନର(ପରିମଳ)ଶୁଭେନ୍ଦୁ ସାହୁ।

ଅପରପକ୍ଷେ ସହରକୁ ସ୍ବଚ୍ଛ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କରିବାକୁ ନିବେଦନ କରିଛନ୍ତି ମେୟର ସୁଲୋଚନା ଦାସ। ରାସ୍ତାକଡ଼ରେ ବେଆଇନ ଭାବରେ ଏଭଳି ସାମଗ୍ରୀ ଗଦା ହୋଇଥିଲେ ଟୋଲ୍‌ ଫ୍ରି ନମ୍ବର ୧୯୨୯ ନମ୍ବରରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଘର ଭଙ୍ଗା ବର୍ଜ୍ୟବସ୍ତୁ ପକାଇବା ପାଇଁ ବିଏମ୍‌ସି ଭୀମପୁର ମୌଜାର କାର୍‌ଗିଲ୍ ବସ୍ତିରେ ଥିବା ପଥରଖାଲ ଓ ପଟିଆ ମୌଜାର ଇଲେକ୍ଟ୍ରି ସବ୍‌ଷ୍ଟେସନକୁ ଲାଗି ରହିଥିବା ପଥରଖାଲରେ ସ୍ଥାନ ଚିହ୍ନଟ କରିଛି। ପ୍ରତ୍ୟେକ ବ୍ୟକ୍ତି ବା ଅନୁଷ୍ଠାନ ନିଜସ୍ୱ ବ୍ୟବସ୍ଥା କରି ନିଜ ଘରୁ ବା ଅନୁଷ୍ଠାନରୁ ବାହାରୁଥିବା ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟକୁ ବିଏମ୍‌ସିର ଅନୁମତି ନେଇ ଏହି ଦୁଇଟି ସ୍ଥାନରେ ପକାଇବା ପାଇଁ କୁହାଯାଇଛି। ଏଥିପାଇଁ ଲୋକମାନେ ସମ୍ପୃକ୍ତ ୱାର୍ଡ ଅଧିକାରୀ, ସ୍ୱଚ୍ଛସାଥୀ ଓ ଜୋନ୍ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe