ଅପହୃତ, ନିଖୋଜଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ସେଲ୍, ଏସିପିଙ୍କ ନେତୃତ୍ବରେ କାମ କରିବ ଟିମ୍

ଅଚିହ୍ନା ମୃତଦେହକୁ ଚିହ୍ନଟ ପାଇଁ ହେବ ପ୍ରୟାସ, ଏବେ ସୁଦ୍ଧା ଉଦ୍ଧାର ହେଲେଣି ୩୦

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କମିସନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ଏଯାଏ ଅପହୃତ ନାବାଳିକା, ନାବାଳକ, ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଲାଗି ଗଠନ ହୋଇଛି ସ୍ବତନ୍ତ୍ର ସେଲ୍। ଡିସିପିଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ଏହି ସେଲର ନେତୃତ୍ବ ନେଉଛନ୍ତି ଜଣେ ଏସିପି। ତାଙ୍କ ଅଧୀନରେ ଜଣେ ଇନ୍ସପେକ୍ଟର, ଦୁଇ ଜଣ ସବଇନ୍ସପେକ୍ଟର ଓ କିଛି କନଷ୍ଟେବଳ ରହିଛନ୍ତି। ବିଭିନ୍ନ ଥାନା ଅଧୀନରେ ଅପହୃତ ଓ ନିଖୋଜମାନଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ଭାବେ ଟିମ୍ କାମ କରିବ। ଥାନା ପୁଲିସକୁ ଏହି ଟିମ୍ ସାହାଯ୍ୟ କରିବ। ଜିଲ୍ଲା, ତଥା ରାଜ୍ୟ ବାହାରକୁ ମଧ୍ୟ ସନ୍ଧାନରେ ଯିବ।

୨୦୦୮ରୁ ଗତ ମେ ମାସ ସୁଦ୍ଧା ପ୍ରାୟ ୮ ଶହ ନାବାଳିକା ଓ ନାବାଳକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ନାବାଳିକାଙ୍କ ସଂଖ୍ୟା ଅଧିକ ରହିଛି। ପ୍ରେମ ସମ୍ପର୍କ ଯୋଗୁଁ ଅଧିକାଂଶ ନାବାଳିକା ପ୍ରେମିକ ସହିତ ଚାଲି ଯାଇଥିଲେ ମଧ୍ୟ ଆଇନଗତ ଦୃଷ୍ଟିରୁ ଏ ନେଇ ଅପହରଣ ମାମଲା ରୁଜୁ ହେଉଛି। ତେଣୁ ସେମାନଙ୍କୁ ଏହି ଟିମ୍ ଉଦ୍ଧାର କରିବ ବୋଲି ଜଣାପଡ଼ିଛି। ଏହି ସେଲ୍ ଗଠନ ହେବା ପରଠାରୁ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୩୦ ଜଣ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେହିପରି ନିଖୋଜ ବ୍ୟକ୍ତିଙ୍କୁ ମଧ୍ୟ ଖୋଜାଯିବ ବୋଲି ଜଣାପଡ଼ିଛି। ପ୍ରାୟ ୫ ଶହରୁ ଅଧିକ ମ୍ୟାନ ମିସିଂ ରିପୋର୍ଟ ରହିଥିବା ଜଣାପଡ଼ିଛି।

ସେହିପରି ଅଚିହ୍ନା ମୃତଦେହ ଗୁଡ଼ିକର ପରିଚୟ ମଧ୍ୟ ଖୋଜିବ ଏହି ସେଲ୍। ଯେଉଁଠି ଅଚିହ୍ନା ମୃତଦେହ ମିଳିବ ତାହାର ପରିଚୟ ଖୋଜିବା କାମ କରିବ। ଏଥିରେ ସମ୍ପୃକ୍ତ ଥାନା ପୁଲିସକୁ ସବୁ ପ୍ରକାର ସହାୟତା କରିବା ସହ ତଦନ୍ତରେ ମଧ୍ୟ ସହଯୋଗ କରିବ। ଆବଶ୍ୟକ ସ୍ଥଳେ ଜିଲ୍ଲା କିମ୍ବା ରାଜ୍ୟ ବାହରକୁ ଯିବାକୁ ହେଲେ ଏହି ଟିମ୍ ଯିବ। ସେଠାକାର ସ୍ଥାନୀୟ ପୁଲିସ ସହ ମଧ୍ୟ ଯୋଗାଯୋଗରେ ରହିବ। ଯଦି ଜିଲ୍ଲା କିମ୍ବା ରାଜ୍ୟ ବାହାରେ ମିଳୁଥିବା ଅଚିହ୍ନା ମୃତଦେହ ଘଟଣାରେ ସେଠାକାର ପୁଲିସ ଏଠାରେ ସହାୟତା ଆବଶ୍ୟକ କରନ୍ତି ତାହେଲେ ଏହି ସେଲ୍ ସହ ସେମାନେ ଯୋଗାଯୋଗରେ ରହିବେ। ଏହି ସେଲ୍ ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ପାଇପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ରାଜରାସ୍ତାରେ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବା ସହ ଷ୍ଟ୍ରିଟ କ୍ରାଇମକୁ ରୋକିବା ଲାଗି ପିଓପିଡି ଏବଂ ସ୍ପେସାଲ ୬୦ ବ୍ୟବସ୍ଥା ଆରମ୍ଭ ହୋଇଛି। ସେହିପରି ପୁଲିସ ହେପାଜତରୁ ଫେରାର ହୋଇଥିବା ଅପରାଧୀଙ୍କୁ ଧରିବା ଲାଗି ଆରମ୍ଭ ହୋଇଛି ଅପରେସନ୍ ‘୨୨୪’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe