ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବିଏମ୍‌ସିର ସ୍ବତନ୍ତ୍ର ଆୟୋଜନ, ୫ କଲେଜ ହଷ୍ଟେଲରେ ରହିବା ସୁବିଧା

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର : ଆସନ୍ତା ୧୩ତାରିଖରେ ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ଆସିବେ। ଏତେସଂଖ୍ୟାରେ ପରୀକ୍ଷାର୍ଥୀ ଆସୁଥିବାରୁ, କରୋନା ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଛାତ୍ରଛାତ୍ରୀଙ୍କର ରହିବା ଓ ଗମନାଗମନର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ କଟକଣାକୁ ପାଳନ କରି ସବୁ କାର୍ଯ୍ୟ ଯେପରି ହୋଇପାରିବ, ସେନେଇ ବିଏମ୍‌ସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ବିଏମ୍‌ସି ପକ୍ଷରୁ ୫ଟି ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଅଭିଭାବକ ଓ ପରୀକ୍ଷାର୍ଥୀ ଏଠାରେ ରହିପାରିବେ। ଏଠାରୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜିକାଲ୍ ଆଡଭାନସ୍‌ମେଣ୍ଟ, ମଦନପୁର, ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ଇନ୍‌ଫୋସିଟି, ମହାବୀର ଇଞ୍ଜିନିୟରିଂ କଲେଜ, ପିତାପଲ୍ଲୀ, ମଞ୍ଚେଶ୍ବରସ୍ଥିତ ସିପେଟ୍‌, ସିଭି ରମଣ ଗ୍ଲୋବାଲ୍‌ ୟୁନିଭରସିଟି‌‌‌‌ରେ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe