ଗାନ୍ଧୀଜୀଙ୍କ ଉପରେ ସ୍ୱତନ୍ତ୍ର ଡାକ ଟିକଟ ପ୍ରଦର୍ଶନୀ

‘ଢାଇ ଅକ୍ଷର’ ପ୍ରତିଯୋଗିତାର ସ୍ୱତନ୍ତ୍ର ପ୍ରଚ୍ଛଦ ଓ ମାକ୍ସିମ୍‌ କାର୍ଡ ଲୋକାର୍ପିତ

ଗାନ୍ଧୀଜୀଙ୍କ ଉପରେ ସ୍ୱତନ୍ତ୍ର ଡାକ ଟିକଟ ପ୍ରଦର୍ଶନୀ

ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଡାକ ଟିକଟ୍‌ ପ୍ରଦର୍ଶନୀ ସ୍ଥାନୀୟ ପ୍ରଧାନ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଶିଷ୍ଟ ଡାକ ଟିକଟ୍‌ ସଂଗ୍ରହକାରୀମାନେ ଯୋଗ ଦେଇ ସେମାନଙ୍କ ଦ୍ୱାରା ସଂଗୃହୀତ ଡାକ ଟିକଟ୍‌ ପ୍ରଦର୍ଶନୀ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ତଥା ବିଶିଷ୍ଟ ଟିକଟ୍‌ ସଂଗ୍ରାହକ ସହଦେବ ସାହୁ ଯୋଗ ଦେଇଥିଲେ। ମହା ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଲୋକଙ୍କ ମଧ୍ୟରେ ଚିଠି ଲେଖା ଦକ୍ଷତା ବୃଦ୍ଧି ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ଢାଇ ଅକ୍ଷର’ ପ୍ରତିଯୋଗିତାର ସ୍ୱତନ୍ତ୍ର ପ୍ରଚ୍ଛଦ ସହ ୧୯୪୨ ଭାରତ ଛାଡ଼ ଆନ୍ଦୋନଳ ଉପରେ ଆଧାରିତ ମାକ୍ସିମ କାର୍ଡର ଲୋକାର୍ପଣ କରାଯାଇଥିଲା।

ଢାଇ ଅକ୍ଷର ପ୍ରତିଯୋଗିତାର ବିଜେତା ଦିବ୍ୟାଂଶୁ ବିଶ୍ୱାଳ, ସୁପ୍ରିୟା ନାୟକ, ତନୁଶ୍ରୀ ପାଲ୍‌, ସ୍ୱାତୀ ନାୟକ, ସଂକଳ୍ପ ମିଶ୍ର, ପ୍ରଜ୍ଞା ପରିମିତା ସ୍ୱାଇଁ, ଡ. ଜାନକୀ ଝା, ଅକ୍ଷୟ କୁମାର ପତି, ଅନିରୁଦ୍ଧ ପାତ୍ର, ସୁଭଦ୍ରା ଦାଶ, ଅଙ୍କିତ ଜେନା ଓ ତାରା ପ୍ରସରଦ ରଥ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ଡାକ ଟିକଟ ସଂଗ୍ରାହକ ଅଜିତ କୁମାର ରାଉତ, ଅନୁପ କୁମାର ରାଉତ ଓ ନନ୍ଦ କିଶୋର ଲାଲଙ୍କୁ ସମ୍ବର୍ଧିତ କରାଯାଇଥିଲା। ଗ୍ରାହକମାନଙ୍କୁ ତ୍ୱରିତ ସେବା ପ୍ରଦାନ ପାଇଁ ବିଭିନ୍ନ ରାଜ୍ୟରେ ଡାକ ବିଭାଗର କାର୍ଯ୍ୟ କରୁଥିବା ସିଏସ୍‌ଆଇ ଆପ୍‌ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୬ ତାରିଖରୁ ରାଜ୍ୟର ୩ଟି ଜାଗାରେ ଆରମ୍ଭ ହେବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ସବରେ ସମ୍ବଲପୁର ମହା ଡାକପାଳ ଲଳିତେନ୍ଦୁ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ବ୍ରହ୍ମପୁର ମହାଡାକପାଳ ଜଳେଶ୍ୱର କୁଅଁର ଉପସ୍ଥିତ ଥିଲେ। ଡିପିଏସ୍‌ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe