‘ଲହରୀ’ର ସ୍ୱତନ୍ତ୍ର ପ୍ରଦର୍ଶନ: ଯୋଗଦେଲେ ୧୨୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି

ଆସନ୍ତା ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’। ମୁକ୍ତିଲାଭ ପୂର୍ବରୁ କଳ୍ପନା କନିକା ଗ୍ୟାଲେରିଆ ମଲ୍‌ସ୍ଥିତ ପିଭିଆର୍‌ ସିନେମାରେ ଏହାର ଏକ ସ୍ୱତନ୍ତ୍ର...

Untitled-1

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’। ମୁକ୍ତିଲାଭ ପୂର୍ବରୁ କଳ୍ପନା କନିକା ଗ୍ୟାଲେରିଆ ମଲ୍‌ସ୍ଥିତ ପିଭିଆର୍‌ ସିନେମାରେ ଏହାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ସୋ’ରେ ହିମାଂଶୁ ଶେଖର ଖଟୁଆ, ଦିଲ୍ଲୀପ ହାଲି, ଶ୍ୟାମାପ୍ରସାଦ ମିଶ୍ର, ମାଧବ ବେହୁରା, ଅମିତାଭ ଖିଲାର, କେଦାର ପୃଷ୍ଟି, ସାନୁ ରଥ, ଶିବପ୍ରସାଦ ବିଶ୍ୱାଳ, ସୁଦୀପ୍ତ ବିଶ୍ୱାଳ, ମନୋରଞ୍ଜନ ମହାନ୍ତି, ଜ୍ୟୋତିପ୍ରକାଶ ସାହୁ, ସରୋଜ ବଳ, ଶକ୍ତି ମହାନ୍ତି, ସ୍ଥିତ ପଟ୍ଟନାୟକ, ଶୁଭ୍ରାଂଶୁ ପଣ୍ଡା, ଅତୀଶ ମହାନ୍ତି, ଆର୍‌ଜେ କେପି ଓ ଆର୍‌ଜେ ଗୁଡ଼ି ପ୍ରମୁଖଙ୍କ ସମେତ ୧୨୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ଯୋଗ 
ଦେଇ ଚଳଚ୍ଚିତ୍ର ଦେଖିଥିଲେ।

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲ୍‌ବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ‘ଲହରୀ’ ଆସନ୍ତା ଶୁକ୍ରବାର ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରରେ ମାଟିର କଥା ରହିଛି। ପୁଣି ରହିଛି ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର କଥା। ସାମାଜିକ ଜୀବନରେ ମୂଳତତ୍ତ୍ୱ ସହ ନିଜକୁ ଯୋଡ଼ି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ ହୋଇଛି ଏହାର କାହାଣୀ। ‘ଝିଲିକ ମୋସନ ପିକ୍ଚର୍ସ’ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓ ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ। ପ୍ରଯୋଜନା କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥ, ପ୍ରସେନ୍‌ଜିତ୍‌, ସ୍ୱସ୍ତିକ ଚୌଧୁରୀ ଓ ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଲୋକପ୍ରିୟ ତାରକା ଦେବଶିଷ ପାତ୍ର ଅତିଥି କଳାକାର ଭୂମିକାରେ ଥିବା ବେଳେ ବାବୁସାନ ମହାନ୍ତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରାୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି। ‘ଝିଅର ସ୍କୃଟା ଢିଲା...’ ଗୀତଟି ଏବେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe