କୁହୁଡ଼ି ପାଇଁ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

Advertisment
କୁହୁଡ଼ି ପାଇଁ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

ଭୁବନେଶ୍ବର: ଶୀତଋତୁରେ କୁହୁଡ଼ି ପରିସ୍ଥିତିରେ ଟ୍ରେନ୍‌ର ନିରାପଦ ଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରେ ରାତି ଓ ପ୍ରାତଃ ସମୟରେ କୁହୁଡ଼ିକୁ ସାମ୍ନା କରିବ। ତେଣୁ କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ କୁହୁଡ଼ି ସମୟରେ ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିବା ସହ ଧ‌ୀରେ ଚଳାଇବା ପାଇଁ ଟ୍ରେନ୍‌ ଚାଳକଙ୍କୁ କୁହାଯାଇଛି। ଆବଶ୍ୟକ ସ୍ଥାନରେ ଟ୍ରେନ୍‌ର ବେଗ ଯେପରି ଘଣ୍ଟା ପ୍ରତି ୬୦ କିଲୋମିଟରରୁ ଅତିକ୍ରମ ନ କରେ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳମାନଙ୍କରେ କ୍ରମାଗତ ଭାବେ ହୁଇସିଲ୍‌ ମାରିବାକୁ କୁହାଯାଇଛି। ଘନ କୁହୁଡ଼ି ଅଞ୍ଚଳରେ ଉଜ୍ଜ୍ବଳ ଆଲୋକ ପ୍ରଦାନ କରୁଥିବା ରଙ୍ଗର ପଟିକୁ ଓଏଚ୍‌ଇ ଖୁଣ୍ଟଗୁଡ଼ିକରେ ଲେଭଲ୍‌ କ୍ରସିଂ ଓ ବ୍ୟସ୍ତବହୁଳ ଯାତାୟାତ ଅଞ୍ଚଳରେ ଲଗାଇ ଚାଳକମାନଙ୍କୁ ସଜାଗ କରାଯାଉଛି। ନିରାପତ୍ତା ପରିଷଦ ଦ୍ବାରା ରନିଙ୍ଗ୍‌ ଷ୍ଟାଫ୍‌ଙ୍କୁ ଏନେଇ ପ୍ରଶିକ୍ଷିତ କରାଯାଉଛି।

କୁହୁଡ଼ିରେ ଯଦି ଟ୍ରେନ୍‌ ଚାଳକ ସିଗ୍‌ନାଲ ଦେଖିବାକୁ ସକ୍ଷମ ହୋଇ ନପାରନ୍ତି, ତେବେ ସିଗ୍‌ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟି କରୁଥିବା ଡିଟୋନେଟର୍‌ ପ୍ରୟୋଗ କରାଯାଏ। ଏହି ଡିଟୋନେଟର୍‌ ପ୍ରୟୋଗ ପାଇଁ ଷ୍ଟେସନ୍‌, କେବିନ୍‌ ଓ ଗେଟ୍‌ମାନଙ୍କରେ ଥିବା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କୁହୁଡ଼ି ପରିସ୍ଥିତିରେ ସଂକେତ ପାଇଁ ଦିନରେ ମଧ୍ୟ ଧପଧପ ଏଲ୍‌ଇଡି ଲ୍ୟାମ୍ପ୍ ବ୍ୟବହାର କରିବାକୁ ଗାର୍ଡମାନଙ୍କୁ କୁହାଯାଇଛି। ଜଗୁଆଳି ଥିବା ଲେଭଲ୍‌ କ୍ରସିଂ ଗେଟ୍‌ରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଛି। ସେହିପରି ଟ୍ରେନ୍‌ର ପଛ ଡବାରେ ଏହିଭଳି ସଂକେତ ଚିହ୍ନକୁ ଉପଯୋଗ କରାଯାଇଛି। ଘନ କୁହୁଡ଼ି ଅଞ୍ଚଳରେ ରେଳ କର୍ମଚାରୀଙ୍କୁ ପାଟ୍ରୋଲିଂ କରିବାକୁ କୁହାଯାଇଛି। ଅକସ୍ମାତ ତନଖି ସହ ଟ୍ରେନ୍‌ ଇଂଜିନ୍‌ମାନଙ୍କରେ ଅତର୍କିତ ରାତି ଅଧିଆ ଓ ଭୋର ସମୟରେ ନୀରକ୍ଷଣ କରାଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe