ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: କଂଗ୍ରେସର ମେୟର ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା

‘ସଂଗଠନକୁ ଭାଙ୍ଗୁଛନ୍ତି ପିସିସି ସଭାପତି’, ଦଳ ଛାଡ଼ିଲେ ମହିଳା କଂଗ୍ରେସ ସଂପାଦିକାଙ୍କ ସମେତ ୧୫ କର୍ମୀ

ଭୁବନେଶ୍ବର : କଂଗ୍ରେସର କଟକ ମେୟର ପ୍ରାର୍ଥୀଙ୍କ ନାମ ବୁଧବାର ଦିନ ଘୋଷଣା ହେଲା ପରେ ଭୁବନେଶ୍ବରକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦିନେ ଦୁଇ ଦିନ ଭିତରେ ବିଏମ୍‌ସି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ନାମକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ସେମାନେ ହେଲେ ମଧୁସ୍ମିତା ଆଚାର୍ଯ୍ୟ, ରଶ୍ମି ମହାପାତ୍ର ଓ ସୁଭଦ୍ରା ମିଶ୍ର। ଏହି ଚର୍ଚ୍ଚାର ଆଗରେ ମଧୁସ୍ମିତାଙ୍କ ନାମ ରହିଛି। ସେ ହେଉଛି ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ।

ଅପରପକ୍ଷରେ ଚଳିତ ବିଏମ୍‌ସି ନିର୍ବାଚନରେ ସବୁ ୱାର୍ଡରେ ପ୍ରାର୍ଥୀ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ବର୍ତମାନ ସୁଦ୍ଧା ପ୍ରାୟ ୪୦ଟି ୱାର୍ଡ ପାଇଁ ଦଳର ପ୍ରାର୍ଥୀ ଚୟନ ସରିଛି। ଆସନ୍ତା ୨ଦିନ ଭିତରେ ବଳକା ୱାର୍ଡ ପ୍ରାର୍ଥୀ ଚୟନ କାର୍ଯ୍ୟ ସରିବ। ପୂର୍ବରୁ ରାଜଧାନୀର ୨ଟି ୱାର୍ଡ ପାଇଁ ସିପିଆଇ(ଏମ୍‌) ସହିତ କଂଗ୍ରେସର ମେଣ୍ଟ ନେଇ କଥାବାର୍ତା ଚାଲିଥିବା ବେଳେ ତାହା ସଫଳ ହୋଇନାହିଁ। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି, ରାଜଧାନୀର ସବୁ ୱାର୍ଡ ପାଇଁ ପ୍ରାୟତଃ ପ୍ରାର୍ଥୀ ତାଲିକା ଶେଷ ହୋଇଛି। ଆସନ୍ତା ୨/୩ଦିନ ଭିତରେ ମେୟର ପ୍ରାର୍ଥୀଙ୍କ ସମେତ କର୍ପୋରେଟର ତାଲିକାଙ୍କ ନାମ ଘୋଷଣା କରାଯିବ।

ସୂଚନାଯୋଗ୍ୟ ଯେ ବୁଧବାର ଦିନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ବୈଠକ ବସି କଟକ ମେୟର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ବାଳ, ଶରତ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ରମେଶ ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଅଭିଶେକ ମହାନନ୍ଦ, ୟାସିର ନୱାଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe