ଜୀବନ ଏକ ପ୍ରବହମାନ ବିଶାଳ ନାଟକର ଅଙ୍କ ଭଳି

Advertisment

ମାତୃବିହାରରେ ମନୋଜ ଦାସଙ୍କ ଅଭିଭାଷଣ

ମାତୃବିହାରରେ ମନୋଜ ଦାସଙ୍କ ଅଭିଭାଷଣ

ଜୀବନ ଏକ ପ୍ରବହମାନ ବିଶାଳ ନାଟକର ଅଙ୍କ ଭଳି

ଖଣ୍ଡଗିରି : ଜୀବନ ଏକ ଅଧ୍ୟାୟ ମାତ୍ର। ଏକ ପ୍ରବାହମାନ ବିଶାଳ ନାଟକରେ ଜୀବନ ଏକ ଅଙ୍କ ସଦୃଶ। ତେଣୁ ଜୀବନରେ କିଛି ହେଉନାହିଁ ବୋଲି ମନରେ ଅବସାଦ ରହିବା ଉଚିତ ନୁହେଁ। ଜୀବନରେ ବହୁତ କିଛି ହେଉଛି। ଚେତନାକୁ ଅଗ୍ରସର କରାଇ ପାରିଲେ, ଜୀବନର ଉପଲବ୍‌ଧିକୁ ବୁଝିହେବ। ରବିବାର ଖଣ୍ଡଗିରି ମାତୃବିହାର ପରିସରରେ ଭୁବନେଶ୍ୱର ଶ୍ରୀ ଅରବିନ୍ଦ ସଂସ୍କୃତି ସଂସଦ ଆୟୋଜିତ ଏକ ଅଭିଭାଷଣ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଏହା କହିଛନ୍ତି।

ଖଣ୍ଡଗିରିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ମାତୃବିହାର ପରିସରରେ ଆଜି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘ଆମର ପ୍ରଚ୍ଛନ୍ନ ସତ୍ତା’ ପ୍ରସଙ୍ଗ ଉପରେ ଶ୍ରୀ ଦାସ ଅଭିଭାଷଣ ଦେଇ ମାନବ ଜୀବନର ଉପଲବ୍‌ଧି ଉପରେ ଏଭଳି ବକ୍ତବ୍ୟ ରଖିଥିଲେ।

ଆୟୋଜକ ସଂସଦର ସଭାପତି ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶ୍ରୀ ଦାସ ପ୍ରସଙ୍ଗ ଉପରେ ଆଲୋକପାତ କରି ମାନବ ଚେତନା ଉପରେ କହିଥିଲେ। ଚେତନାର ଜାଗ୍ରତ ଏକ ବଡ଼ ସାଧନା ବୋଲି ସେ କହିଥିଲେ। ଏହା ହେଉଛି ଜୀବନର ଉପଲବ୍‌ଧିକୁ ବୁଝିବାର ପ୍ରକୃଷ୍ଟ ଉପାୟ। ଯାହାର ଚୈତନ୍ୟ ଉଦୟ ହୋଇନାହିଁ, ଜୀବନରେ କିଛି ହେଉନାହିଁ ବୋଲି ତା’ର ମନରେ ଅବସାଦ ରହିବ। କିନ୍ତୁ ଥରେ ଚେତନାର ଜାଗ୍ରତ ହେଲେ, ମନରେ ଆଉ ଅବଶୋଷର ଚିହ୍ନବର୍ଣ ରହିବ ନାହିଁ। ନିଜ ଜୀବନର କେତୋଟି ଅନୁଭୂତିକୁ ବର୍ଣନା କରି ଶ୍ରୀ ଦାସ ଚେତନା ଜାଗ୍ରତର ମାଧ୍ୟମ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରି ସେ ମାନବ ଜୀବନର ସତ୍ତା ବାବଦରେ ବୁଝାଇଥିଲେ। ମନରୁ ଅବସାଦ ଦୂର କରିବା ପାଇଁ ଉଦ୍ଦିଷ୍ଟ ଶ୍ରୀ ଦାସଙ୍କ ଏହି ଅଭିଭାଷଣ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା ବୋଲି ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe