ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି ବାର୍ଷିକ କ୍ରୀଡ଼ା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଉଦ୍‌ଘାଟକ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଲେ, ଏନ୍‌ଆଇଟି ଭାଇଚାରା, ଏକତା ଓ ପ୍ରତିଯୋଗିତାମୂଳକ ମନୋଭାବର ଉଦାହରଣ ଦିଏ। ପ୍ରତିଯୋଗୀ ନିଷ୍ଠାର ସହ କ୍ରୀଡ଼ା ପ୍ରଦର୍ଶନ କରିବା, ଫିଟନେସ୍ ବଜାୟ ରଖିବା ତଥା କ୍ରୀଡ଼ା ମହୋତ୍ସବରେ ସୃଷ୍ଟି ବନ୍ଧୁତା ଓ ସ୍ମୃତିକୁ ଉପଭୋଗ କରିବାକୁ ଆହ୍ବାନ କରିଥିଲେ। 

Advertisment

ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଏନ୍‌ଆଇଟି କାଲିକଟର ଧନେଶ ରାମବେଥ୍‌, ଡିନ୍‌ ପ୍ରଫେସର ନିରଞ୍ଜନ ପଣ୍ଡା, କୁଳସଚିବ ପ୍ରଫେସର ରୋହନ ଧୀମାନ, ଛାତ୍ର କାର୍ଯ୍ୟକଳାପ କେନ୍ଦ୍ରର ସଭାପତି ପ୍ରଫେସର ରାଜୀବ ପଣ୍ଡା, ସ୍ପୋର୍ଟ୍ସ ସୋସାଇଟିର ଉପସଭାପତି ପ୍ରଫେସର ମହମ୍ମଦ ଖାଲିଦ ଗୁଲ, ପ୍ରଫେସର ଆଦିତ୍ୟ କୁମାର ଦାସ, ସି.ଆଲାଗସେନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। 

ଆହୁରି ପଢନ୍ତୁ-

Asia Cup Missing ! ମିଳୁନି ଏସିଆ କପ୍ ଟ୍ରଫି !

ଉଲ୍ଲେଖଯୋଗ୍ୟ, ଏହି କ୍ରୀଡ଼ା ମହୋତ୍ସବ ତିନିଦିନ ଧରି ଚାଲିବ। ଏଥିରେ ରାଉରକେଲା ଏନ୍‌ଆଇଟି ସମେତ ଦେଶର ମୋଟ୍‌ ୨୬ଟି ଏନ୍‌ଆଇଟି ଏବଂ ଭାରତୀୟ ଇଞ୍ଜିନିୟରିଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଇଏସ୍‌ଟି) ଶିବପୁରର ୧୨ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗୀ ଭଲିବଲ, ସନ୍ତରଣ ଓ ଖୋ-ଖୋ ବର୍ଗରେ ଭାଗନେଇଛନ୍ତି। ସମସ୍ତ ପ୍ରତିଯୋଗିତା ପି.ଟି.ଉଷା ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସ୍ବିମିଂ ପୁଲ୍‌ କମ୍ପ୍ଲେକ୍ସ, ସଚିନ ତେନ୍ଦୁଲକର ଷ୍ଟାଡିୟମ ନିକଟସ୍ଥ ଖୋ-ଖୋ ପଡ଼ିଆରେ ଆୟୋଜିତ ହେଉଛି।

ଆହୁରି ପଢନ୍ତୁ-

Men's Hockey Junior World Cup: ହକି ବିଶ୍ବକପ ପାଇଁ ଭାରତ ଆସିବନି ପାକିସ୍ତାନ