ନୂଆଦିଲ୍ଲୀ: ହକି ବିଶ୍ବକପ ପାଇଁ ଭାରତ ଆସିବନି ପାକିସ୍ତାନ। ବିହାରର ରାଜଗିରରେ ଆୟୋଜିତ ହୋଇଥିବା ଏସିଆ କପ୍ ହକି ୨୦୨୫ରେ ପାକିସ୍ତାନୀ ଦଳ ଅଂଶଗ୍ରହଣ କରିନଥିଲେ। ବର୍ତ୍ତମାନ କିଛି ମାସ ପରେ ପାକିସ୍ତାନ ଜୁନିୟର ହକି ବିଶ୍ୱକପ ୨୦୨୫ରୁ ମଧ୍ୟ ନିଜ ନାମ ପ୍ରତ୍ୟାହାର କରିନେଇଛି। ଆନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ଶୁକ୍ରବାର ଏହି ଖବରକୁ ନିଶ୍ଚିତ କରିଛି। ଜୁନିଅର ହକି ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି କାରଣରୁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ପାକିସ୍ତାନ ବଦଳରେ ଖୁବ ଶୀଘ୍ର ଏକ ନୂତନ ଦଳ ଘୋଷଣା କରାଯିବ ବୋଲି FIH କହିଛି। ସୂଚନା ମୁତାବକ, ଜୁନିଅର ହକି ବିଶ୍ୱକପ ୨୮ ନଭେମ୍ବରରୁ ୧୦ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମଦୁରାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ୨୪ଟି ଦଳ ଅଂଶଗ୍ରହଣ କରିବେ।
ଭାରତ ସରକାରଙ୍କ ନୀତି ସ୍ପଷ୍ଟ
ପାକିସ୍ତାନ ଦଳ ନଆସିବା ଦ୍ୱାରା ଏହି ଟୁର୍ନାମେଣ୍ଟ ପ୍ରଭାବିତ ହେବ ନାହିଁ। ଏବେ ଅବଶିଷ୍ଟ ଦଳଗୁଡିକ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଟୁର୍ନାମେଣ୍ଟ ସମଗ୍ର ବିଶ୍ୱରୁ ଉଦୀୟମାନ ଯୁବ ହକି ଖେଳାଳିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ବୋଲି ପ୍ରମାଣିତ ହେବାକୁ ଯାଉଛି। ନିକଟରେ ଭାରତ ସରକାର ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ନେଇ ପ୍ରତିବନ୍ଧକ ନୀତି ବିଷୟରେ ଜଣାଇଥିଲେ। ପାକିସ୍ତାନ ଅନ୍ତର୍ଭୁକ୍ତ ଥିଲେ ବି ଭାରତ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବ ବୋଲି ସରକାର ସ୍ପଷ୍ଟ କରିଥିଲେ। ଜୁନିୟର ହକି ବିଶ୍ୱକପ ଯୁବ ଖେଳାଳିଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସବୁଠାରୁ ବଡ ସୁଯୋଗ ବୋଲି ବିବେଚନା କରାଯାଏ। ଆୟୋଜକମାନେ ଚାହୁଁଛନ୍ତି ଯେ ଏହି ଟୁର୍ନାମେଣ୍ଟ ଭାରତରେ ସମ୍ପୂର୍ଣ୍ଣ ସଫଳତା ସହିତ ସମାପ୍ତ ହେଉ।
ଆହୁରି ପଢ଼ନ୍ତୁ: Weather Forecast Cyclone: ୨୫ରେ ଅବପାତର ରୂପ ନେବ ଲଘୁଚାପ, ୨୭ ସକାଳେ ନେଇପାରେ ବାତ୍ୟାର ରୂପ
ଆହୁରି ପଢ଼ନ୍ତୁ: Jyoti singh seeks khesari's help: ଖେସାରୀଙ୍କ ସାହାଯ୍ୟ ଲୋଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜ୍ୟୋତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/24/pakistan-2025-10-24-14-32-54.jpg)