ସମ୍‌ରେ ସ୍ପାଇଗ୍ଲାସ୍‌-ଡିଏସ୍‌ ଟେକ୍ନୋଲୋଜି ଉଦ୍‌ଘାଟିତ

Advertisment

ଓଡ଼ିଶାରେ ପ୍ର୍ରଥମ, ପୂର୍ବ ଭାରତରେ ଦ୍ୱିତୀୟ

ଓଡ଼ିଶାରେ ପ୍ର୍ରଥମ, ପୂର୍ବ ଭାରତରେ ଦ୍ୱିତୀୟ

ସମ୍‌ରେ ସ୍ପାଇଗ୍ଲାସ୍‌-ଡିଏସ୍‌ ଟେକ୍ନୋଲୋଜି ଉଦ୍‌ଘାଟିତ

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍‌ରେ ଶୁକ୍ରବାର ସ୍ପାଇଗ୍ଲାସ୍‌-ଡିଏସ୍‌ ଟେକ୍ନୋଲୋଜି ଉଦ୍‌ଘାଟିତ ହୋଇଯାଇଛି। ଏହି ପଦ୍ଧତିରେ ରୋଗକୁ ନିଦାନ କରିବା ସହ ବିନା ଅପରେସନ୍‌ ବା ସର୍ଜରୀରେ ପିତ୍ତକୋଷ, ଅଗ୍ନାଶୟ ଆଦିରେ ସୁବିଧାରେ ଚିକିତ୍ସା କରିହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହି ସ୍ୱାସ୍ଥ୍ୟସେବାକୁ ଉଦ୍‌ଘାଟନ କରିଛନ୍ତି।

ସମ୍‌ ହସ୍ପିଟାଲ୍‌ର ଗ୍ୟାସଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାହୁ କହିଲେ, ସ୍ପାଇଗ୍ଲାସ୍‌-ଡିଏସ୍‌ ଏକ ନୂଆ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି। ଓଡ଼ିଶାର କେବଳ ସମ୍‌ ହସ୍ପିଟାଲ୍‌ରେ ଏହା ଉପଲବ୍ଧ। ଏପରିକି ପୂର୍ବ ଭାରତର ଏହା ଦ୍ଵିତୀୟ ହସ୍ପିଟାଲ୍‌, ଯେଉଁଠି ଏଭଳି ବିରଳ ଚିକିତ୍ସା ସୁବିଧା ମିଳିପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସ୍ପାଇଗ୍ଲାସ୍‌-ଡିଏସ୍‌ ପଦ୍ଧତିରେ ଠିକ୍‌ ଭାବେ ରୋଗକୁ ନିଦାନ କରିବା ସହ ବିନା ଅପରେସନ୍‌ ବା ସର୍ଜରିରେ ଚିକିତ୍ସା କରାଯାଇପାରିବ। ବହୁ ସମୟରେ ରୋଗୀଙ୍କୁ ଛୋଟ ଛୋଟ ପେଟ ରୋଗ ପାଇଁ ଅପରେସନ୍‌ କରିବାକୁ ପଡ଼ିଥାଏ। କିନ୍ତୁ ଏହି ପଦ୍ଧତି ଦ୍ଵାରା ଅପରେସନ୍‌କୁ ଏଡ଼ାଇ ଦିଆଯାଇପାରିବ। ବିନା ଅପରେସନ୍‌ରେ ରୋଗ ଚିହ୍ନି ତାହାକୁ ପେଟ ଭିତରେ ଭଲ କରିହେବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନାଙ୍କୁ ଡ. ସାହୁ ସମସ୍ତ ସୁବିଧା ସୁଯୋଗ ବାବଦରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଆଇଏମଏସ୍‌ ଓ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍‌ ଅଧୀକ୍ଷକ ଡା. ପୁଷ୍ପରାଜ ସାମନ୍ତସିଂହାର, ବିଭାଗୀୟ ଡା. ଗିରୀଶ କୁମାର ପତି, ଡା. ମାନସ କୁମାର ବେହେରା, ଡା. ଅୟସକାନ୍ତ ସିଂ, ଡା. ଜିମି ନାରାୟଣନ୍‌, ଡା. ଈଶ୍ୱର ବେହେରା, ଡା. ଜୟନ୍ତୀ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe