‘ଶ୍ରଦ୍ଧା ସବୁରୀ’ର ଇଂରାଜୀ ଅନୁବାଦ ଲୋକାର୍ପିତ

Advertisment
‘ଶ୍ରଦ୍ଧା ସବୁରୀ’ର ଇଂରାଜୀ ଅନୁବାଦ ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀ ଶିରିଡ଼ି ସାଇ ଭକ୍ତମାନଙ୍କ ଅନୁଭୂତି ସଂକଳିତ ଏକ ପୁସ୍ତକ ‘ଶ୍ରଦ୍ଧା ସବୁରୀ’ର ପ୍ରଥମ ଭାଗର ଇଂରାଜୀ ଅନୁବାଦ ପୁସ୍ତକ ଇନ୍‌ଫୋସିସ୍‌ ଛକସ୍ଥିତ ସାଇ ମନ୍ଦିରରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକଟିକୁ ସଂପାଦନା କରିଛନ୍ତି ରଶ୍ମିରେଖା ରଥ। ପୁସ୍ତକର ଇଂରାଜୀ ଅନୁବାଦ ସି ଆର୍‌ ଦାଶଙ୍କ ଦ୍ୱାରା କରାଯାଇଛି। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ତତ୍ତ୍ୱାବଧାନରେ ସମଗ୍ର ଓଡ଼ିଶାରେ ଶ୍ରୀ ସାଇବାବାଙ୍କ ପ୍ରଚାର ତଥା ପ୍ରସାରର ଏହା ହେଉଛି ଏକ ଉପାଦେୟ ଗ୍ରନ୍ଥ। ୨୦୧୨ରେ ‘ଶ୍ରଦ୍ଧା ସବୁରୀ’ର ପ୍ରଥମ ଭାଗ ଲୋକାର୍ପିତ ହୋଇଥିଲା। ଏହି ଅନୁବାଦ ପୁସ୍ତକରେ ୬୦ଟି ଅନୁଭୂତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe