‘ଦଶାବତାର ଓ ଆଜିର ମଣିଷ’ ଲୋକାର୍ପିତ

Advertisment
‘ଦଶାବତାର ଓ ଆଜିର ମଣିଷ’ ଲୋକାର୍ପିତ

ଭୁବନେଶ୍ୱର: ବିଶିଷ୍ଟ ପ୍ରାବନ୍ଧିକ, ସ୍ତମ୍ଭକାର ଓ ଚିନ୍ତକ ଡ. ଶ୍ରୀଶ ପଟେଲଙ୍କ ୮୦ତମ ଜନ୍ମଦିବସ ଉପଲକ୍ଷେ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ‘ଦଶାବତାର ଓ ଆଜିର ମଣିଷ’ ପଦ୍ମଶ୍ରୀ ରଜତ କରଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଅଧ୍ୟାପକ ବିଶ୍ୱରଂଜନ ଏହି ପୁସ୍ତକଟି ପ୍ରାଚୀନ ସ୍ୱରରେ ନୂତନତାର ସ୍ପର୍ଶ ବହନ କରିଛି ବୋଲି ମତପ୍ରକାଶ କରିଥିଲେ।

ବିଶିଷ୍ଟ ସମାଲୋଚକ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ଦାସ ପୁରାତନ ରଚନା ସହ ଆଧୁନିକ ବିଜ୍ଞାନର ସମନ୍ୱୟ ରଖି ନୃତାତ୍ତ୍ୱିକ ମୂଲ୍ୟାୟନ କରି ପ୍ରାବନ୍ଧିକ ଏକ ନୂତନ ଆଙ୍ଗିକରେ ରଚନା କରିଥିବାର ଦୃଷ୍ଟାନ୍ତ ଦେଇଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ କର ପ୍ରତ୍ୟେକ ମଣିଷ ଶରୀରରେ ଦଶ ଅବତାରର ଗୁଣ ରହିଛି ବୋଲି ଅଭିହିତ କରିଥିଲେ। ଲେଖକଙ୍କର ଏକାଦଶ ଅବତାର ସମ୍ବନ୍ଧରେ ଆଲୋକପାତ କରି ଆଜିର ମଣିଷ ସକାରାତ୍ମକ ଦିଗରେ ଗତି କଲେ ହିଂସା, ଦ୍ୱେଷ ଓ ଘୃଣା ଲୋପ ପାଇ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ସଭାରେ ପ୍ରାବନ୍ଧିକ ଡ. ପଟେଲ ମଣିଷ ସଇତାନ ପ୍ରବୃତ୍ତି ତ୍ୟାଗ କରି ସୁମାର୍ଗରେ ଚାଳିତ ହେଲେ ତାହା ଏକାଦଶ ଅବତାରର ରୂପ ନେବ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ‘ମୁକ୍ତଚିନ୍ତନ ମଞ୍ଚ’ର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଓ କୁସୁମ ପଟେଲ ଧନ୍ୟବାଦ ଦେଇଥିଲେ। ଉନ୍ମୋଚନ ଉତ୍ସବରେ ଅନୁବାଦିକା ମୀନାକ୍ଷୀ ରାଉତରାୟ, ସୌଭାଗିନୀ ମହାପାତ୍ର ଓ ଅଧ୍ୟାପିକା ସବିତା ଆଇଚ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe