ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଆଜି ଶ୍ରୀଜଗନ୍ନାଥ ଭକ୍ତିରେ ତଲ୍ଲୀନ ଥିଲା। କଣ୍ଠଶିଳ୍ପୀଙ୍କ ସୁମଧୁର ଭକ୍ତି ସଂଗୀତରେ ଶ୍ରୋତା ବିମୁଗ୍ଧ ଥିଲେ। ପୁଣି ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଜଗନ୍ନାଥଙ୍କ ଧର୍ମ ଓ ଦର୍ଶନ ଉପରେ ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ବାଣୀ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବାରେ ସକ୍ଷମ ଥିଲା। ଅବସର ଥିଲା ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ମିଳିତ ସହଯୋଗରେ ଆୟୋଜିତ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ‘ଶ୍ରୀଜଗନ୍ନାଥାୟନ’ର। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଦୀପ୍ତ କୁମାର ତ୍ରିପାଠୀଙ୍କ ଶ୍ରୁତିସୁଧା ପରିବେଷଣରୁ। ଏହାପରେ କଣ୍ଠଶିଳ୍ପୀ ଅନସୂୟା ରଥ ଶ୍ରୀଜଗନ୍ନାଥଙ୍କୁ ଭକ୍ତିସୁମନ ଅର୍ପଣ କରିଥିଲେ। ଏଥିରେ ତାଙ୍କୁ ନାରାୟଣ ରଥ ହାର୍ମୋନିୟମ୍, ତବ୍ଲାରେ ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଭୁବନେଶ୍ୱରର ବେଦବ୍ୟାସ ନାଟ୍ୟାନୁଷ୍ଠାନ ପକ୍ଷରୁ ‘ମଦ୍ଭକ୍ତା ଯତ୍ର ଗାୟନ୍ତି’ ନାଟକ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଉପାଧ୍ୟାୟ, ଶିକ୍ଷାବିତ୍ ଜନାର୍ଦ୍ଦନ ପାତ୍ର ଓ ମର୍ଦ୍ଦଳ ଗୁରୁ ପ୍ରଫେସର ଜଗନ୍ନାଥ କୁଅଁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us