ନୃତ୍ୟରେ ନୃତ୍ୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା

Advertisment

ଆରମ୍ଭ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ଆରମ୍ଭ ହେଲା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

କେବେ ବଢ଼ିବ କଳାକାରଙ୍କ ପ୍ରୋତ୍ସାହନ ରାଶି? ସରକାରୀ ବାବୁମାନେ ଚୁପ୍‌ କାହିଁକି?

ଭୁବନେଶ୍ୱର: ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆଜିଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପାଞ୍ଚଦିନିଆ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ସମେତ ଦେଶବିଦେଶର ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିବ। ଆଜି ଉତ୍ସବର ପ୍ରଥମ ଅଧିବେଶନରେ ପୂର୍ଣ୍ଣତା ମହାନ୍ତିିଙ୍କ ବେଗେ ଉଠ ରାତି ପାହାଲାଣି.. ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ମିଳିଥିଲ। ଶ୍ରୀକୃଷ୍ଣଙ୍କ ବାଲ୍ୟଚପଳତା , ମା’ ଯଶୋଦାଙ୍କ ପାଖେ ଅଳି ଆଦିକୁ ପୂର୍ଣ୍ଣତା ନିଖୁଣ ଭାବେ ନୃତ୍ୟରେ ନୃତ୍ୟରେ ବଖାଣିଥିଲେ। ସୋଭାଲି ରାୟ ଗଣପତି ବନ୍ଦନା ପରିବେଷଣ କରିଥିଲେ। ଶିଳ୍ପୀ ଅନନ୍ୟା ପରିଡ଼ା ପଞ୍ଚଭୂତ ଜରିଆରେ ମନୁଷ୍ୟ ଜୀବନ କାହାଣୀ ବଖାଣି ଥିଲେ। ଏଥିସହିତ ନୂର ରାଜା ଓ ତିଥିଭଦ୍ରା ମହାପାତ୍ରଙ୍କ ଡୁଏଟ୍‌, ରବିନ୍ଦ୍ର ଅତିବୁଦ୍ଧି, ଅଳ୍ପନା ନାୟକଙ୍କ ଦଳଗତ ନୃତ୍ୟ ଦେଖିବାକୁ ମିଳିଥିଲା।
ଜ୍ୟୋତିରଂଜନ ଦାସ, ସୁଶ୍ରୀସଙ୍ଗୀତା ନାୟକଙ୍କ ଏକକ ନୃତ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଗୁରୁ ବନମାଳି ମହାରଣା ଓ ଗୁରୁ ଦୁର୍ଗାପ୍ରସାଦ ରଣବୀର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ଏହି ଉତ୍ସବ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ଡିସେମ୍ବର ୩୦ରେ ଉତ୍ସବ ଉଦ୍‌ଯାପିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe