times of india
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ୪ମାସ ଶୟନ ପରେ ଉଠିଛନ୍ତି। ମହାପ୍ରଭୁ ଶୟନରୁ ଉଠିବା ସହ ରାଜ୍ୟ ଭାର ନେଇଛନ୍ତି। ସେହିପରି ବିବାହ, ବ୍ରତ ପରି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଏଣିକି ଆରମ୍ଭ ହେବ ବୋଲି ପଣ୍ଡିତମାନେ କହିଛନ୍ତି। ହରିଶୟନ ଚତୁର୍ଦଶୀ ଠାରୁ ୪ମାସ ଧରି ରାଜ୍ୟ ଭାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ପର୍ଶୁରାମେଶ୍ୱରଙ୍କୁ ଦେଇ ଶୟନ କରିଥିଲେ। ଗତ ଗୁରୁବାର ଉତ୍ଥାପନ ଚତୁର୍ଦଶୀ ତିଥିରେ ଉତ୍ଥାପନ ନୀତି କରାଯାଇଥିଲା। ଏନେଇ ପଣ୍ଡିତ ଗୋପୀନାଥ କର କୁହନ୍ତି ଠାକୁରଙ୍କ ହରିଶୟନ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ।
ଏଥର ଘର ପ୍ରତିଷ୍ଠା, ନାମକରଣ, ନିର୍ବନ୍ଧ, ବିବାହ ଓ ବ୍ରତ କାର୍ଯ୍ୟ କରାଯିବ। ଏ ସମ୍ପର୍କରେ ପୂଜକ ଟିକିନା ଦାଶ କୁହନ୍ତି ବିଭିନ୍ନ ପୂଜା କାର୍ଯ୍ୟ ଅଭିଷେକ, ବିବାହ ଓ ବ୍ରତ ପାଇଁ ସମୟ ଆସିଲା। ଏଥି ପାଇଁ ଲୋକେ ଶୁଭ ଦିନ ସ୍ଥିର କରୁଛନ୍ତି। ୪ମାସ ହେଲା ସବୁ ଶୁଭ କାମ ବନ୍ଦ ଥିଲା।
Follow Us